ରାଜ୍ୟରେ ଏନ୍ଆରସି ଲାଗୁ ନକରିବା ପ୍ରତିଶୃତି ଉପରେ ସ୍ପଷ୍ଟିକରଣ ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ଏବିଭିପି
ଭୁବନେଶ୍ବର: ନାଗରିକ ସଂଶୋଧନ ବିଲ ଉଭୟ ଗୃହରେ ପାରିତ ହେବା ପରେ ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇ ସାରିଛି। ଏହା ଉଭୟ ଗୃହରେ ଆଲୋଚନା ପରେ ଭୋଟିଂ ମାଧ୍ୟମରେ ବହୁମତରେ ପାରିତ ହୋଇଥିଲା। ଓଡିଶାର ଶାସକ ଦଳ ବିଜୁ ଜନତା ଦଳ ଏହି ବିଲକୁ ମଧ୍ୟ ସମର୍ଥନ କରିଥିଲା, କିନ୍ତୁ ଆଜି ଏକ ମୁସଲିମ ସଂଗଠନର ସଦସ୍ୟ ମାନେ ମୁଖ୍ୟମବୀଙ୍କୁ ଭେଟି ସେମାନେ ସିଏବି ଦ୍ୱାରା ଭୟଭୀତ ଅଛନ୍ତି ବୋଲି ଜଣାଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଓଡିଶାରେ ଏନ୍ଆରସି ଲାଗୁ କରିବେ ନାହିଁ ବୋଲି ପ୍ରତିଶୃତି ଦେଇଥିବାର ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ମୁଖ୍ୟମବୀ ଏହି ଭଳି ବୟାନ ଦେଇଥିବା ୧୪ ମହଲା ମୁସଲିମ ଜମାଦ, ଭଦ୍ରକର ସଭାପତି ମହମ୍ମଦ ଅବଦୁଲ ବାରୀ ଗଣମାଧ୍ୟମ ଆଗରେ ଦାବୀ କରିଛନ୍ତି ।
ସିଏବି ଭାରତରେ ଶରଣାର୍ଥୀଙ୍କ ପାଇଁ ଲାଗୁ ହେବାକୁଥିଲା ବେଳେ ଓଡିଶାର ମୁସଲମାନ ମାନେ କାହିଁକି ଭୟଭୀତ ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏହି ବିଲର ବର୍ତ୍ତମାନର ଭାରତୀୟ ନାଗରିକଙ୍କ ସହ କୈାଣସି ସମ୍ପର୍କ ନଥିଲା ବେଳେ ଏହି ମୁସଲମାନ ସଂଗଠନ ଭୂଲ ତଥ୍ୟ ଆଧାରରେ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁଛି ବୋଲି ବିଦ୍ୟାର୍ଥୀ ପରିଷଦ ମତ ପ୍ରକାଶ କରିଛି। ଓଡିଶାରେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ଏବଂ ବିଭିନ୍ନ ଅପରାଧିକ ମାମଲାରେ ସେମାନଙ୍କର ସଂପୃକ୍ତି ବାବଦରେ ନିଜେ ରାଜ୍ୟ ସରକାର ବିବୃତି ପ୍ରକାଶ କରିସାରିଛନ୍ତି। କିଛି ଦିନ ପୂର୍ବରୁ କେନ୍ଦ୍ରାପଡାରେ ଘଜଉ ଲାଗୁ କରିବା ପାଇଁ କେନ୍ଦ୍ରୀୟ ଗୃହ ବିଭାଗ ରାଜ୍ୟ
ସରକାରଙ୍କୁ ଚିଠି ଦେଇଥିଲା।
ଏହି ପରିପେକ୍ଷୀରେ ରାଜ୍ୟରେ ଘଜଉ ଲାଗୁ ନକରିବା ମୁଖ୍ୟମବୀଙ୍କ ପ୍ରତିଶୃତି ରାଜ୍ୟ ତଥା ଦେଶର ସୁରକ୍ଷା ପ୍ରତି ମୁଖ୍ୟମନ୍ତ୍ରୀ ନଜରଅନ୍ଦାଜ କରୁଛନ୍ତି ବୋଲି ସ୍ପଷ୍ଟ ଜଣାପଡୁଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ବିଷୟରେ କୈାଣସି ବିବୃତି ନଦିଆଯାଇଥିଲେ ମଧ୍ୟ ଏହା ପଛର ସତ କ’ଣ ଏହା ଓଡିଶାର ସାଧାରଣ ଜନତା ଜାଣିବାର ଅବଶ୍ୟକତା ରହିଛି ବୋଲି ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ଏ ବିଷୟରେ ପ୍ରତିଶୃତି ଦେଇନାହାନ୍ତି ତେବେ ତାଙ୍କର ନାଁ ନେଇ ଓଡିଶାର ଜନସାଧାରଣ ମାନଙ୍କୁ ଏହି ସଂଗଠନ ମାନେ ଭୟଭୀତ କରୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ବିଷୟରେ ନିଜର ସ୍ପଷ୍ଟିକରଣ ଦିଅନ୍ତୁ ବୋଲି ବିଦ୍ୟାର୍ଥୀ ପରିଷଦ ଦାବୀ କରୁଛି । ନଚେତ ଏହା ବିରୁଦ୍ଧରେ ଏବିଭିପି ରାଜ୍ୟ ବ୍ୟାପୀ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।
Comments are closed.