କୋରାପୁଟ ଗସ୍ତରେ ପୋଲିସ ଡିଜିପି ଅଭୟ
ଭୁବନେଶ୍ଵର: ପୋଲିସ ଡିଜିପି ଅଭୟ ଆଜି କୋରାପୁଟ ଗସ୍ତ କରିଛନ୍ତି। ମାଓ ଦମନ ଓ ଆଇନ ଶୃଙ୍ଖଳା ନେଇ ଡିଜିପି ୬ ଜିଲ୍ଲାର ଏସପି, ବିଏସଏଫ ଓ ଏସଓଜି କମାଣ୍ଡାଣ୍ଟଙ୍କ ସହ ବୈଠକ କରିଛନ୍ତି।
ନୂଆ ଦାୟିତ୍ଵ ପରେ ପୋଲିସ ଡିଜିପି ଅଭୟ ଆଜି କୋରାପୁଟ ଗସ୍ତ କରିଛନ୍ତି। ଏହା ତାଙ୍କର ପ୍ରଥମ କୋରାପୁଟ ଗସ୍ତ। ଏହି ଅବସରରେ ସେ ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଛନ୍ତି। ମାଓ ଦମନ ଓ ଆଇନ ଶୃଙ୍ଖଳା ନେଇ ବୈଠକରେ ଆଲୋଚନା କରାଯାଉଥିବା ସୂଚନା ମିଳିଛି। ଏହି ବୈଠକରେ ୬ ଜିଲ୍ଲାର ଏସପି, ବିଏସଏଫ ଓ ଏସଓଜି କମାଣ୍ଡାଣ୍ଟ ଉପସ୍ଥିତ ଅଛନ୍ତି।
Comments are closed.