ସିଏଏ ହିଂସା, ଟ୍ରେନ ଚଳାଚଳ ବାଧାପ୍ରାପ୍ତ
ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ( ସିଏଏ )ଆଇନକୁ ନେଇ ଉତ୍ତର-ପୂର୍ବ ରାଜ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳୁଛି। ଉତ୍ତର-ପୂର୍ବ ରାଜ୍ୟରେ ସିଏଏକୁ ବିରୋଧ ନେଇ ହାୱାଡ଼ା-ଓଡ଼ିଶା ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ହାୱଡ଼ା-ତିରୁପତି ଅନ୍ତୋଦୟ ଏକ୍ସପ୍ରେସ ଓ ହାୱଡ଼ା-ଯଶୋବନ୍ତପୁର ଏକ୍ସପ୍ରେସକୁ ବାତିଲ କରାଯାଇଛି। ସେହିପରି କରମଣ୍ଡଳ ଏକ୍ସପ୍ରେସ ଓ ଇଷ୍ଟକୋଷ୍ଟ ଏକ୍ସପ୍ରେସକୁ ମଧ୍ୟ ଆଜି ବାତିଲ କରାଯାଇଛି। ଅନ୍ୟପକ୍ଷରେ ଯଶୋବନ୍ତପୁର-ହାୱଡ଼ା ଦୂରନ୍ତ ଏକ୍ସପ୍ରେସ ଭଦ୍ରରେ ଅଟକି ରହିଛି। ଫଲକନାମା ଏକ୍ସପ୍ରେସ ଯାଜପୁରରେ ଓ ଧଉଳୀ ଏକ୍ସପ୍ରେସ କଟକରେ ଅଟକି ରହିଛି। ଏହାଛଡ଼ା ଶତାବ୍ଦୀ ଏକ୍ସପ୍ରେସ ଖଡ଼ଗପୁରରୁ ଓ ଜନଶତାବ୍ଦୀ ଏକ୍ସପ୍ରେସ ମେଚ୍ଛଦାରୁ ଫେରିଆସିଥିବା ଜଣାଯାଇଛି।
Comments are closed.