Odisha Link
Bridging the Missing Links in Odisha

ସହିଦ ବାପାଙ୍କ ପ୍ରତିମୂର୍ତ୍ତି ଦେଖି ଜୀବିତ ଭାବି ଜାବୁଡି ଧରି ଗେଲ କଲା କୁନି ଝିଅ

ମାଲକାନଗିରି: (ସୁରଜ କୁମାର ବେହେରା) : ଜନ୍ମ ପୂର୍ବରୁ ବାପା ଛେଉଣ୍ଡ ହୋଇଯାଇଥିଲା ଝିଅ। ବାପାଙ୍କ ସ୍ନେହ ସ୍ଵର ବି ଶୁଣି ନାହିଁ ଏହି କୁନି ଝିଅ। ଜନ୍ମ ହେବା ପୂର୍ବରୁ ବାପା ସହିଦ ହୋଇ ଚାଲି ଯାଇଥିଲେ ଆରପାରି କୁ। କୁନି ଝିଅ ଯଦିଓ ବାପା କୁ ଦେଖି ନ ଥିଲା ହେଲେ ଦେଖିଥିଲା ବାପା ଙ୍କର ଫଟୋକୁ । ଆଜି ବାପାଙ୍କର ଜନ୍ମଦିନ ବେଳେ ତାଙ୍କର ପ୍ରତିମୂର୍ତ୍ତି ଦେଖି ଜାବୁଡି ଧରି ଚୁମା ଓ ଗେଲ କରିବାର ଦୃଶ୍ୟ ସମସ୍ତ ଙ୍କୁ ତରଳାଇ ଦେଇଛି। ପ୍ରତିମୂର୍ତ୍ତି ଦେହରେ ଜୀବନ ଖୋଜିଲା କୁନି ଝିଅ।ସହିଦ୍ ବାପା କୁ କୋଳେଇ ନେବାର ଏହି ଦୃଶ୍ୟ ଓ ଚୁମା ଦେବାର ଏ ଦୃଶ୍ୟ ଲୋକଙ୍କ ଆଖିରେ ଲୁହ ଭରି ଦେଉଥିଲା।

ଏଭଲି ଦୃଶ ହେଉଛି ମାଲକାନଗିରି ଜିଲ୍ଲା ସୀମାନ୍ତ ପଡୋଶୀ ଛତ୍ତିଶଗଡ଼ ର ନାରାୟଣ ପୁର୍ ଜିଲ୍ଲାର। ବାପା ଙ୍କର ପ୍ରତିମୂର୍ତ୍ତି ଧରି ଚୁମା ଦେଉଥିବାର ର ଏହି ଫଟୋ ଟି ଭାଇରାଲ୍ ହେବା ପରେ ଆଧିକାଂଶ ଲୋକ ଙ୍କ ର ହୃଦୟ କୁ ଏହା ଝୁ ଇ ଛି। ପ୍ରତିମୂର୍ତ୍ତି ସମ୍ପର୍କରେ ଜ୍ଞାନ ନ ଥିବା ଝିଅ ଟି ବାପା ଙ୍କୁ ମିଠା ଖୁଆ ଓ ଥିବା ର ମଧ୍ୟ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ପଡୋଶୀ ଛତିଶଗଡ଼ର ନାରାୟଣପୁର୍ ଜିଲ୍ଲା ଟି ଅତି ଦୁର୍ଗମ ଓ ନକ୍ସଲ ପ୍ରବଣ ଆଞ୍ଚଲ। ଏହି ଜିଲ୍ଲା ର କୋଟ୍ ଘରା ବ୍ଲକ ଅନ୍ତର୍ଗତ ଘାନାଡବାରି ଗାଁ ରେ ସହିଦ୍ ମୂଲ ଚାନ୍ଦ କୁମାର ଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।

ଏହି ପ୍ରତିମୂର୍ତ୍ତୀ ନିକଟରେ ତାଙ୍କର ଜନ୍ମଦିନ ଦିନ ପୂରା ପରିବାର ଏକତ୍ରିତ ହୋଇଥିଲେ ନିଜ ବାପା ଙ୍କୁ ଆଖିରେ ଦେଖିନଥିବା କୁନି ଝିଅ ଟି ତତକ୍ଷଣାତ୍ ପ୍ରତିମୂର୍ତ୍ତି କୁ ଜାବୁଡ଼ି ଧରି ଗେଲ କରିବା ସହ ଚୁମା ଦେଇଥିଲେ। ଏ ଦୃଶ୍ୟ ଅନନ୍ୟା ମାନଙ୍କ ଆଖିରେ ଲୁହ ଆଣି ଦେଇଥିଲା। ସବ୍ ଇନ୍ସପେକ୍ଟର ମୁଲଚାନ୍ଦ ଗତ 2018 ଜାନୁଆରୀ 24 ତାରିଖରେ ସହିଦ ହୋଇଥିଲେ। ମାଲକାନଗିରି ଜିଲ୍ଲା ସୀମାନ୍ତ ପଡୋଶୀ ଛତ୍ତିଶଗଡ଼ ର ନାରାୟଣ ପୁର୍ ଜଙ୍ଗଲ ରେ ନକ୍ସଲ ପୋଲିସ ମୁକାବିଲା ବେଳେ ସେ ସହିଦ ହୋଇଥିଲେ। ମୁଲଚାନ୍ଦ ବୀରତ୍ୱର ସହ ନକ୍ସଲ ସହ ଲଢେଇ କରିଥିଲେ ଓ ତାଙ୍କ ସହ 4 ଜଣ ମଧ୍ୟ ସହିଦ ହୋଇଥିଲ।

2017 ମସିହାରେ ବିବାହ ବନ୍ଧନରେ ବନ୍ଧା ହୋଇଥିବା ମୁଲଚାନ୍ଦ ଙ୍କ ପତ୍ନୀ ଗର୍ଭବତୀ ଥିବା ବେଳେ ମୁଲଚାନ୍ଦ ଆଖି ବୁଜି ଦେଇଥିଲେ। ଆଜି ଏଭଲି ଦୃଶ୍ୟ ବାପା ଝିଅ ର ସମ୍ପର୍କକୁ ଦର୍ଶାଇ ଅଛି। ଯାହା ଏବେ ସମସ୍ତ ଙ୍କ ଆଖିରେ ପାଣି ଆଣି ଦେଉଛି।

Comments are closed.