୨୦୨୦-୨୧ ଆର୍ଥିକ ବର୍ଷ ପ୍ରାକ୍ ବଜେଟ୍ ଆଲୋଚନା ଆଜିଠୁ

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତ କରିବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜିଠୁ ପ୍ରାକ୍ ବଜେଟ୍ ଆଲୋଚନା ପ୍ରକ୍ରିୟା ଆରମ୍ଭ କରିବେ। ସେ ବିଭିନ୍ନ ଅଂଶୀଦାରଙ୍କୁ ଭେଟି ସେମାନେ ବଜେଟ୍ରୁ କ’ଣ ଆଶା ରଖିଛନ୍ତି ଓ କ’ଣ ପାଇବାକୁ ଚାହୁଛନ୍ତି ତାହା ଜାଣିବେ। ଅର୍ଥମନ୍ତ୍ରୀ ଶିଳ୍ପ ସଂଘ, କୃଷକ ସଂଗଠନ, ଆର୍ଥିକ ସଂସ୍ଥା ଓ ଅର୍ଥନୀତିଜ୍ଞମାନଙ୍କୁ ଭେଟି ଏହି ଆଲୋଚନା କରିବେ। ଆସନ୍ତାବର୍ଷର ବଜେଟ୍ରେ ଅଭିବୃଦ୍ଧି ବଢ଼ାଇବା ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଏହି ପ୍ରାକ୍ ବଜେଟ୍ ଆଲୋଚନା ପ୍ରକ୍ରିୟା ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୦୨୦ ଫେବ୍ରୁଆରି ୧ରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ନିଜର ଦ୍ବିତୀୟ ବଜେଟ୍ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ଆଜି ଷ୍ଟାର୍ଟଅପ୍-ଫିନ୍ଟେକ୍ ଓ ଡିଜିଟାଲ୍ କ୍ଷେତ୍ରର ପ୍ରତିନିଧିମାନଙ୍କୁ ଭେଟିବେ। ଏହା ପରେ ଆର୍ଥିକ କ୍ଷେତ୍ର ଏବଂ ପୁଞ୍ଜି ବଜାର ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ଚଳିତ ମାସ ୧୯ରେ ଶିଳ୍ପ ସଂଘଗୁଡ଼ିକ ସହ ପ୍ରାକ୍ ବଜେଟ୍ ଆଲୋଚନା ହେବ। ନିର୍ମଳାଙ୍କ ବ୍ୟତୀତ ନିତି ଆୟୋଗ ପକ୍ଷରୁ ମଧ୍ୟ ପ୍ରାକ୍ ବଜେଟ୍ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟ ସହ ବୈଠକ କରିଯିବ। ଚଳିତ ମାସ ୨୧ରେ ସମସ୍ତ ବୈଠକର ନିର୍ଯ୍ୟାସ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଯିବ।
Comments are closed.