ଶ୍ମଶାନ ଜମି ଜବରଦଖଲ ଉଚ୍ଛେଦ ଦାବୀରେ ରାସ୍ତାରୋକ
ଆଠଗଡ: କଟକ-ନରସିଂହପୁର ଦେଇ ଯାଇଥିବା ୬୫ ନମ୍ବର ରାଜ୍ୟ ରାଜପଥ ନିକଟରେ ଅବରୋଧ କରାଯିବା ସହ ଗଣଧାରଣା ବସିଛନ୍ତି ସ୍ଥାନୀୟ ଲୋକେ। କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଚମ୍ପେଶ୍ୱର ଗ୍ରାମବାସୀଙ୍କ ଦ୍ବାରା ଚମ୍ପେଶ୍ବର ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଚମ୍ପେଶ୍ୱର ଗାଁରେ ଥିବା ନିଜସ୍ୱ ସ୍ମଶାନ ଜମିକୁ ଜବରଦଖଲ କରାଯାଇଛି। ତେବେ ଶବ ପୋଡିବା ପାଇଁ ଅସୁବିଧା ହେତୁ ବାରମ୍ବାର ପ୍ରଶାସନ ନିକଟ ରେ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନଥିଲା , ଶେଷରେ ସୋମବାର ସକାଳେ କଟକ ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ। ଘଟଣାସ୍ଥଳରେ କାନପୁର ଥାନା ଅଧିକାରୀ ସସ୍ମିତା ରଣା ଓ ନରସିଂହପୁର ଗୋଷ୍ଠି ଉର୍ଣ୍ଣୟନ ଅଧିକାରୀ ପ୍ରଶାନ୍ତ ତରାଇ ଘଟଣା ସ୍ଥଳରେ ଏବେ ପହଁଚି ସ୍ଥାନୀୟଲୋକଙ୍କୁ ବୁଝାସୁଝା ଜାରି କରୁଛନ୍ତି।
Comments are closed.