Odisha Link
Bridging the Missing Links in Odisha

ବିଜୟ ଦିବସ

ଭୁବନେଶ୍ବର: ଆଜି ହେଉଛି ବିଜୟ ଦିବସ। ପ୍ରତି ବର୍ଷ ୧୬ ଡିସେମ୍ବରରେ ଭାରତ ତଥା ବାଂଲାଦେଶରେ ‘ବିଜୟ ଦିବସ’ ପାଳନ କରାଯାଏ। ୧୯୭୧ ଡିସେମ୍ବର ଆଜିର ଦିନରେ ଭାରତ- ପାକିସ୍ତାନ ଯୁଦ୍ଧ ଶେଷ ହୋଇଥିଲା। ଏହି ଯୁଦ୍ଧରେ ପାକିସ୍ତାନ ସେନା ନିଃସର୍ତ୍ତ ଆତ୍ମସମର୍ପଣ କରିଥିଲା ଏବଂ ପୂର୍ବ-ପାକିସ୍ତାନ ବିଲୋପ ହୋଇ ଜନ୍ମ ହୋଇଥିଲା ବାଂଲାଦେଶ। ଏହି ଦିନରେ ଢାକ୍କାରେ ତତ୍କାଳୀନ ‘ରମନା ରେସ୍‌ କୋର୍ସ’ରେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ୍‌ ଅମୀର ଅବଦୁଲ୍ଲା ଖାନ ନିୟାଜୀ ୯୩୦୦୦ ପାକିସ୍ତାନୀ ସୈନିକଙ୍କ ସହ ଭାରତୀୟ ସେନାର ଜେନେରାଲ ଜଗ୍‌ ଜିତ ସିଂହ ଅରୋଡାଙ୍କ ନିକଟରେ ଆତ୍ମସର୍ମପଣ କରିଥିଲେ।

‘ବାଂଲାଦେଶ ମୁକ୍ତ ବାହିନୀ’ ସହ ଭାରତୀୟ ସେନା ମିଶି ଉକ୍ତ ଏୈତିହାସିକ ଯୁଦ୍ଧ ଲଢି ବିଜୟ ହୋଇଥିଲା। ପ୍ରତିବର୍ଷ ‘ବିଜୟ ଦିବସ’ରେ ଭାରତର ପ୍ରତିରଷା ମନ୍ତ୍ରୀ, ଭାରତୀୟ ସେନାର ତିନି ବିଭାଗୀୟ ମୁଖ୍ୟଙ୍କ ସହ ‘ ଇଣ୍ଡିଆ ଗେଟ୍’ରେ ଥିବା ‘ଅମର ଜଓ୍ବାନ ଜ୍ୟୋତି’ରେ ସହିନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ। ଏଥିସହ ବେଙ୍ଗଲୁରର ‘ନେସ୍‌ନାଲ ମିଲିଟାରୀ ମେମୋରିଆଲ୍‌’ରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଥାଏ।

Comments are closed.