ପୁଲିସ୍-ଛାତ୍ରଛାତ୍ରୀ ଆକ୍ରମଣ ଘଟଣା: ଜାଲ୍ଲିଆନୱାଲା ବାଗ ସହ ତୁଳନା କଲେ ଉଦ୍ଧବ
ମୁମ୍ବାଇ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ଦେଖାଯାଉଛି। ଅନ୍ୟପଟେ ବିରୋଧରେ ଆନ୍ଦୋଳନ କରୁଥିବା ଜାମିଆ ଓ ଆଲିଗଡ଼ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ର ଆକ୍ରମଣକୁ ସାରା ଦେଶ ବିରୋଧ କରିଛି। ଏଭଳି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଶିକ୍ଷାର୍ଥୀଙ୍କ ଉପରେ ପୁଲିସ୍ର ଆକ୍ରମଣକୁ ଜାଲ୍ଲିଆନୱାଲା ବାଗ ନରସଂହାର ସହ ତୁଳନା କରିଛନ୍ତି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ।
ସେ କହିଛନ୍ତି, “ବର୍ତ୍ତମାନ ଦେଶରେ ଏମିତି ଏକ ସ୍ଥିତି ସୃଷ୍ଟି ହୋଇଛି ଯେଉଁଠାରେ ପୁଲିସ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ କରି ଶିକ୍ଷାର୍ଥୀଙ୍କ ଉପରେ ଗୁଳି ଚଳାଉଛି। ଏହି ଘଟଣା ଦେଖିବା ପରେ ମୋର ଜାଲ୍ଲିଆନୱାଲା ବାଗ ଟ୍ରାଜେଡି କଥା ମନେ ପଡ଼ି ଯାଉଛି।
Maharashtra CM Uddhav Thackeray: What happened at Jamia Millia Islamia, is like Jallianwala Bagh. Students are like a 'Yuva bomb'. So we request the central government to not do, what they are doing, with students. pic.twitter.com/lNGrgCPrIU
— ANI (@ANI) December 17, 2019
ଆପଣମାନେ ପୁଣିଥରେ ଜାଲ୍ଲିଆନୱାଲା ବାଗ ଭଳି ସ୍ଥିତି ସୃଷ୍ଟି କରି କ’ଣ ଛାତ୍ରଛାତ୍ରୀଙ୍କୁ ଭୟଭୀତ କରାଇବାକୁ ଚାହୁଁଛନ୍ତି? ଦେଶ କିମ୍ବା ରାଜ୍ୟରେ ଯୁବଗୋଷ୍ଠୀ ତାତିଲେ ସେଠାରେ କେବେ ହେଲେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ନାହିଁ। ଯୁବଗୋଷ୍ଠୀ ହେଉଛନ୍ତି ଆମର ଶକ୍ତି। ଯୁବ ଶକ୍ତି ହେଉଛି ଏକ ବୋମା ଓ ମୁଁ ସରକାରଙ୍କୁ ଅନୁରୋଧ କରୁଛି କି ସେମାନେ ଯୁବଗୋଷ୍ଠୀଙ୍କୁ ସୁରକ୍ଷା ଦିଅନ୍ତୁ।”
Comments are closed.