ମୋ ସରକାର: ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କଥା ହେଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ‘ମୋ ସରକାର’ ଯୋଜନାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘୋଷଣା କରାଯାଇଥିବା ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲ୍, ମେଡିକାଲ୍ର ନିର୍ମାଣ କାର୍ଯ୍ୟ ଏବଂ ଜନହିତକାରୀ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସିଧାସଳଖ କଥା ହୋଇଥିଲେ।
ଏହା ମଧ୍ୟରେ ମେଡିକାଲ୍ର ସଂପ୍ରସାରଣ କାର୍ଯ୍ୟ, ନୂତନ ଭାବେ ପ୍ରଚଳିତ ହେବାକୁ ଥିବା ଆଞ୍ଚୁଲାନ୍ସ ଓ ମହା ପ୍ରୟାଣ ଗାଡ଼ି ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ। ଜନସାଧାରଣଙ୍କୁ ‘ମୋ ସରକାର’ ଯୋଜଜନାରେ କିଭଳି ତ୍ୱରିତ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ସେ ବିଷୟରେ ପଚାରି ବୁଝିଥିଲେ। ମନ୍ତ୍ରୀ ଶ୍ରୀ ଦାସ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ନାୟକ, ହର ପ୍ରସାଦ ପଟ୍ଟନାୟକ, ଡି.ଏମ୍.ଇ.ଟି ପ୍ରଫେସର ସି.ବି.କେ. ମହାନ୍ତି, ଡିଏଚ୍ଏସ୍ ଶ୍ରୀ ବି.କେ. ମହା ପାତ୍ର, ପୂର୍ତ୍ତ ବିଭାଗର ଉପଶାସନ ସଚିବ ପାରୁଲ ପଟ୍ଟଓ୍ୱାରୀ ଓ ବରିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.