ଲାଠି ପରିବର୍ତ୍ତେ ଜାତୀୟ ସଙ୍ଗୀତକୁ ଅସ୍ତ୍ର କଲେ ଡିସିପି, ଲିଭିଗଲା ସିଏଏ ନିଆଁ (ଦେଖନ୍ତୁ ଭିଡିଓ)

ବେଙ୍ଗାଲୁରୁ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ହେଉଛି ବିକ୍ଷୋଭ ପ୍ରଦର୍ଶନ। ଏହାକୁ ପ୍ରଶମିତ କରିବା ପାଇଁ କେଉଁଠି ଲାଠି ମାଡ଼ ତ କେଉଁଠି ପାଣି ମାଡ଼ ହେଉଛି। ଏପରିକି ଗୁଳି ଯାଏ ମଧ୍ୟ କଥା ଯାଉଛି। ହେଲେ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଥମିବାର ନା ଧରୁନି। ହେଲେ ବେଙ୍ଗାଲୁରୁରେ ଜଣେ ଡିସିପି ଅଭିନବ ଉପାୟରେ ଆନ୍ଦୋଳନକାରୀଙ୍କୁ ବୁଝେଇବାରେ ସମର୍ଥ ହୋଇଛନ୍ତି।
#WATCH Karnataka: DCP of Bengaluru(Central),Chetan Singh Rathore sings national anthem along with protesters present at the Town Hall in Bengaluru, when they were refusing to vacate the place. Protesters left peacefully after the national anthem was sung. #CitizenshipAmendmentAct pic.twitter.com/DLYsOw3UTP
— ANI (@ANI) December 19, 2019
ଡିସିପି ଚେତନ ଲାଠି ନୁହେଁ ବରଂ ଜାତୀୟ ସଙ୍ଗୀତକୁ ଅସ୍ତ୍ର କରି ଆନ୍ଦୋନକାରୀଙ୍କୁ ବୁଝାଇଛନ୍ତି। ସେ ପ୍ରଥମେ ଆନ୍ଦୋଳନରେ ହିଂସା ବାବଦରେ ସଚେତନ କରିବା ସହ ସମସ୍ତଙ୍କୁ ହଟିବାକୁ କହିଥିଲେ। କିନ୍ତୁ ସେମାନେ ଜାଗା ଖାଲି ନ କରିବାରୁ ସେ ପୁଣି ବୁଝାଇବା ସହ ଜାତୀୟ ସଙ୍ଗୀତ ଗାଇବାକୁ କହିଥିଲେ। ସେ ଏହି ଗୀତ ଗାଇବା ନେଇ କହିଥିଲେ, ମୁଁ ଏବେ ଏକ ଗୀତ ଗାଇବି ମୋ ସହ ସମସ୍ତେ ସ୍ୱର ମିଶାଇବେ। ଏହାପରେ ଉପସ୍ଥିତ ଆନ୍ଦୋଳନକାରୀ ବଡ଼ ପାଟିରେ ହଁ ଭରିବା ସହ ଡିସିପିଙ୍କ ସହ ଜାତୀୟ ସଙ୍ଗୀତ ଗାଇବା ଆରମ୍ଭ କରିଥିଲେ। ଏପରିକି ସେମାନେ ସମସ୍ତେ ଏକ ସ୍ୱରରେ ଜୟ ହିନ୍ଦ ନାରା ମଧ୍ୟ ଦେଇଥିଲେ। ଜାତୀୟ ସଙ୍ଗୀତ ଗାଇବା ପରେ ସେମାନେ ସେହି ସ୍ଥାନ ଛାଡ଼ି ଚାଲିଯାଇଥିବା ଏଏନ୍ଆଇ ପକ୍ଷରୁ କୁହାଯାଇଛି।
Comments are closed.