Odisha Link
Bridging the Missing Links in Odisha

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଉଦ୍ଧାର ହେଲା ଶିଶୁକନ୍ୟାର ମୃତଦେହ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ନବଜାତ ଶିଶୁକନ୍ୟାଟି କାହାର ଏବଂ କେଉଁଭଳି ପରିସ୍ଥିତିରେ ଏହି ଶିଶୁକନ୍ୟାଟି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପହଞ୍ଚିଲା, ସେଠାରେ ଏହା ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ବିଳମ୍ବିତ ରାତ୍ରିରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଦେଖିବାକୁ ପାଇଥିଲେ। ମୃତ ଶିଶୁକନ୍ୟା ଶରୀରରେ ଆଘାତ ଥିବା ସହ ଗୋଟିଏ ଗୋଡ଼ ନଥିବା ଦେଖି ଲୋକେ ବିସ୍ମିତ ହୋଇଥିଲେ। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁକନ୍ୟାର ମୃତଦେହକୁ ଜବତ କରି ତାର ସଂସ୍କାର କରାଇଥିଲା।
ଏବେ ବି ଶିଶୁକନ୍ୟାର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ନବଜାତ ଶିଶୁକନ୍ୟାର ଗୋଡ଼କୁ କୁକୁର ଖାଇ ଦେଇଥିବାର ସନ୍ଦେହ ଉପୁଜିଛି। ଏହା କୌଣସି ଅନୈତିକ ସଂପର୍କର ପରିଣାମ ହୋଇଥାଇପାରେ ବୋଲି ବି ସନ୍ଦେହ କରାଯାଉଛି। ମାଲକାନଗିରି ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାଯାଇଛି।

Comments are closed.