ଫାଶି ଭୟରେ ମୃତ୍ୟୁ!
ଭୁବନେଶ୍ୱର: ସାଥୀ ବନ୍ଦୀର ଫାଶି ଦଣ୍ଡାଦେଶ ଶୁଣି ଜଣେ କଏଦୀଙ୍କ ମୃତୁ୍ୟ ହୋଇଛି। କେନ୍ଦୁଝର ଜେଲରେ ବିଚାରାଧୀନ ବନ୍ଦୀ ତୁରୀ ମୁଣ୍ଡାର ହୃଦଘାତରେ ମୃତୁ୍ୟ ହୋଇଛି। ନାବାଳିକା ଦୁଷ୍କର୍ମ ମାମଲାରେ ଗତକାଲି ଜଣକୁ ଫାଶି ଦଣ୍ଡାଦେଶ ହୋଇଥିଲା। କେନ୍ଦୁଝର ଜେଲରେ ବନ୍ଦୀ ଥିବା ସୁନୀଲ ନାଙ୍କୁ ଫାଶି ଦଣ୍ଡାଦେଶ ମିଳିଥିଲା। ତୁରୀ ମୁଣ୍ଡା ମଧ୍ୟ ନାବାଳିକା ଦୁଷ୍କର୍ମ ମାମଲାରେ ଜେଲରେ ରହିଥିଲା । ସୁନୀଲ ଭଳି ତାକୁ ବି ଫାଶି ହୋଇଯିବ ଭାବି ତୁରୀର ହୃଦଘାତ ହୋଇଥିଲା।
ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାରେ ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ଏଡିଜେ ଦୋଷୀ ସୁନୀଲ ନାଏକକୁ ଫାଶି ଦଣ୍ଡାଦେଶ ଦେଇଥିଲେ। ପୋକ୍ସୋ ଆଇନ ଆଧାରରେ ଦୋଷୀ ସୁନୀଲ ନାଏକଙ୍କୁ ଫାଶି ଦଣ୍ଡାଦେଶ ଦିଆଯାଇଥିଲା। ୨୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ଦଣ୍ଡାଦେଶ ଦିଆଯାଇଥିଲା। ଗତ ୨୦୧୭ରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ଜଣେ ୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା।
Comments are closed.