ଭିଜିଲାନ୍ସ ଜାଲରେ ଏନଏସିର ସହକାରୀ ଯନ୍ତ୍ରୀ

ସମ୍ବଲପୁର : ସମ୍ବଲପୁର ଜିଲା କୁଚିଣ୍ଡାରେ ଏନଏସିର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଏହି ଚଢାଉ କରିଛି। କୁଚିଣ୍ଡାରେ ଥିବା ୨ଟି ଘରେ ଏବଂ ଘୋଷା ସ୍ଥିତ ଗୋଟିଏ ଘରେ ଭିଜିଲାନ୍ସ ଚଢାଉ କରିଛି। ଚଢାଉ କାର୍ଯ୍ୟ ଜାରି ରହିଛି। ଆୟ ବର୍ହିଭୂତ ସମ୍ପତ୍ତି ଥିବା ଅଭିଯୋଗ ହେତୁ ଭିଜିଲାନ୍ସ ଉପେନ୍ଦ୍ର ନାୟକଙ୍କ ଘରେ ଏହି ଚଢାଉ କରିଛି।
ସୂଚନାଯୋଗ୍ୟ, ୫୪ ବର୍ଷ ବୟସ୍କ ଉପେନ୍ଦ୍ର ନାୟକ ତାଙ୍କର ଚାକିରି ଜୀବନ କୁଚିଣ୍ଡା ବିଜ୍ଞପିତ ପରିଷଦରେ ହିଁ ଆରମ୍ଭ କରିଥିଲେ। ସେ କେବେ ବି ଅନ୍ୟତ୍ର ବଦଳି ହୋଇ ଯାଇ ନାହାନ୍ତି। କୁଚିଣ୍ଡା ବିଜ୍ଞପିତ ପରିଷଦର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କର କେତେ ଟଙ୍କାର ସଂପତ୍ତି ରହିଛି, ତାହା ଆଜି ଜଣାପଡ଼ିବ।
Comments are closed.