ସିଏଏ ସମର୍ଥନରେ ରାଲି
ଭୁବନେଶ୍ଵର: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି। ଏହାକୁ ବିରୋଧ କରି ଛାତ୍ରଙ୍କ ସମେତ ହଜାର ହଜାର ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଛନ୍ତି। କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ବିହାରରେ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ଉପୁଜିଥିବା ବେଳେ ଆଜି ସିଏଏକୁ ସମର୍ଥନ କରି ଭୁବନେଶ୍ଵରରେ ରାଲି ହୋଇଛି। ଏହି ରାଲିରେ ବହୁ ଯୁବବର୍ଗ ଏବଂ ସମାଜସେବୀ ସାମିଲ ହୋଇଛନ୍ତି।
ସିଏଏ ସପକ୍ଷରେ ଆଜି ଭୁବନେଶ୍ଵରରେ ରାଲି ହେଉଛି। ରାମ ମନ୍ଦିରରୁ ମାଷ୍ଟରକ୍ୟାଣ୍ଟିନ୍ ଯାଏଁ ହଜାର ହଜାର ଯୁବବର୍ଗ ଓ ସମାଜସେବୀମାନେ ରାଲି କରୁଛନ୍ତି। ନ୍ୟସ୍ତସ୍ଵାର୍ଥ ବ୍ୟକ୍ତିଙ୍କ ସିଏଏ ବିରୋଧକୁ ବରଦାସ୍ତ କରାଯିବନି କହି ଏହି ରାଲି କରାଯାଉଛି। ଏହା ସହ ସିଏଏକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ଜବାବ ଦିଆଯିବ ବୋଲି ସମାଜସେବୀମାନେ କହିଛନ୍ତି।
Comments are closed.