ସେଣ୍ଟ୍ ଜାଭିୟର ହାଇସ୍କୁଲରେ ଖ୍ରୀଷ୍ଟପର୍ବ ପାଳିତ

ଭୁବନେଶ୍ବର: ସାମନ୍ତରାପୁର ସ୍ଥିିିତ ସେଣ୍ଟ ଜାଭିୟର ହାଇସ୍କୁଲରେ ଖ୍ରୀଷ୍ଟପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତୀମାନେ ମଦର ମେରୀ, ମେଷପାଳକ, ଯୋସେଫ୍, ସାନ୍ତାକ୍ରୁଜ, ପରୀ ଆଦି ବେଶରେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ପାଳନ କରିଥିଲେ। ସାନ୍ତକ୍ରୁଜ ବିଭିନ୍ନ ଉପହାର ସହ ଜିଙ୍ଗଲ ବ୍ୟାପ୍ତ ଗୀତ ଗାଇ ନାଚି ନାଚି ପିଲାମାନଙ୍କୁ ମିଷ୍ଠାନା ବଣ୍ଟନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା, ଏସ୍. ଆର, ଆର୍ଲାପ୍ତ ଯିଶୁ ଖ୍ରୀଷ୍ଟଙ୍କ ଜନ୍ମ ମାନବ ଜାତିର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ।
ଯିଶୁ, ପ୍ରେମ, ଦୟା, କ୍ଷମା, କରୁଣା ଏବଂ ଶାନ୍ତିର ଅବତାର ଥିଲେ। ଏଣୁ ଆମ୍ଭେମାନେ ତାଙ୍କର ବାଣୀ ଅନୁଶରଣ କଲେ ପୃଥିବୀ ପୃଷ୍ଠରେ ଶାନ୍ତି ବିରାଜମାନ ହୋଇ ପାରିବ। ସେହିପରି ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଜିତ କୁମାର ଦାଶ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆମ୍ଭେମାନେ ହୃଦୟର ହିଂସା ପ୍ରତିଶୋଧ, କପଟତା ପତ୍ତାୟତା ଗୁଣକୁ ତ୍ୟାଗ କରି ଯିଶୁଙ୍କ ମହତ ବାଣୀ ପ୍ରେମ ଆଉ କରୁଣା ଆଦିକୁ ପ୍ରଚାର ପ୍ରସାର କଲେ। ମାନବ ଜାତିର କଲ୍ୟାଣ ସାଧିତ ହୋଇପାରିବ। ଆୟୋଜିତ ଉତ୍ସବରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଅଭିଭାବକମାନେ ସାମିଲ ହୋଇ କାର୍ଯ୍ୟକ୍ରମକୁ ଅଧିକ ସାଫଲ୍ୟ ମଣ୍ଡିତ କରିଥିଲେ।
Comments are closed.