ପୁଲିସକର୍ମୀଙ୍କ ଜୋତା ସଫା କରି ଚୁମ୍ବନ ଦେଲେ ସାଂସଦ ଦେଖନ୍ତୁ ଭିଡିଓ
ହାଇଦ୍ରାବାଦ୍: ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ସାଂସଦଙ୍କ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହୋଇଛି। ୱାଇଏସଆର କଂଗ୍ରେସର ସାଂସଦ ଗୋରନ୍ତଲା ମାଧବ ଜଣେ ସହିଦ ପୁଲିସ କର୍ମଚାରୀଙ୍କ ଜୋତାକୁ ସଫା କରିବା ସହ ଚୁମ୍ବନ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଏବେ ଆନ୍ଧ୍ରପ୍ରଦେଶରେ ଚର୍ଚ୍ଚା ଜୋର ଧରିଛି। ୱାଇଏସଆର ସାଂସଦ ଗୋରନ୍ତଲା ମାଧବ ପୁଲିସ ସଂପର୍କରେ ଟିଡିପି ନେତା ଦିବାକର ରେଡ୍ଡିଙ୍କ ବୟାନର ଜବାବରେ ଏଭଳି କରିଥିବା ଜଣାପଡିଛି। ପୂର୍ବରୁ ଟିଡିପି ନେତା ରେଡ୍ଡି କହିଥିଲେ କି, ଯଦି ତାଙ୍କ ଦଳ ପୁଣି ଥରେ ସଂଖ୍ୟାଗରିଷ୍ଠତା ହାସଲ କରେ ତେବେ ସେ ପୁଲିସଙ୍କ ଦ୍ୱାରା ନିଜ ଜୋତା ଚଟାଇବେ। ପ୍ରଦେଶ ପୁଲିସ ବିରୋଧରେ ତାଙ୍କର ଏଭଳି ବୟାନକୁ ନେଇ ମାଧବ କ୍ଷୁବ୍ଧ ହୋଇଥିଲେ। ଏହା ରାଜ୍ୟର ପୁଲିସ ପ୍ରତି ଅସମ୍ମାନ ବୋଲି ସେ ମନ୍ତବ୍ୟ ଦେଇଥିଲେ।
#WATCH: YSR Congress party MP Gorantla Madhav kisses the shoe of a policeman in Anantpuram in protest against TDP's JC Diwakar Reddy's remarks on police. According to reports Diwakar Reddy had earlier said 'will make cops lick my boots after TDP returns' #AndhraPradesh (20.12) pic.twitter.com/VI9sMdyl0N
— ANI (@ANI) December 21, 2019
ତେବେ ନିର୍ବାଚନ ଜିିତି ୱାଇଏସଆର କଂଗ୍ରେସ ପୁଣି ଥରେ ସରକାରକୁ ଗଢିବା ପରେ ସାଂସଦ ମାଧବ ଟିଡିପି ନେତା ଦିବାକର ରେଡ୍ଡିଙ୍କ ବୟାନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ଅନନ୍ତପୁରମରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ସମସ୍ତଙ୍କ ଆଗରେ ଜଣେ ପୁଲିସକର୍ମୀଙ୍କ ଜୋତାକୁ ଚୁମ୍ବନ ଦେଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓକୁ ଲୋକେ ଖୁବ୍ ପ୍ରଶଂସା କରୁଥିବା ଦେଖାଯାଇଛି। ଏହି ଜୋତା ଜଣେ ସହିଦ ପୁଲିସକର୍ମୀଙ୍କର ଥିଲା ଓ ସେ ଡ୍ୟୁଟିରେ ଥିବା ସମୟରେ ସେ ପ୍ରାଣ ହରାଇଥିଲେ।
Comments are closed.