ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନନ୍ୟ କାର୍ଯ୍ୟକ୍ରମ
ଭୁବନେଶ୍ୱର : ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନନ୍ୟ କାର୍ଯ୍ୟକ୍ରମ \”ପ୍ରତିଭା ସଙ୍ଗମ\” ଆଗାମୀ ୨୬ ରୁ ୨୮ ଡିସେମ୍ବର ତିନିଦିନ ଧରି ସରଶ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, ନିଳାଦ୍ରି ବିହାର, ଭୁବନେଶ୍ୱର ଠାରେ ଅନୁଷିତ ହେବ । ଏହି କାର୍ଯ୍ୟକ୍ରମ ପୂର୍ବରୁ ୨୦୦୬, ୨୦୧୦, ୨୦୧୪, ୨୦୧୭ରେ ଅନୁଷ୍ଠିତ ହୋବାପରେ ୫ମ ଥର ପାଇଁ ରାଷ୍ଟ୍ରୀୟ ସ୍ତରରେ ହେବାକୁ ଯାଉଛି ।
ଆମର କଳା, ସଂସ୍କୃତି, ଲୋକନୃତ୍ୟ, ଚିତ୍ରକଳାକୁ ବଜାୟ ରଖିବା ଏବଂ ବିଦ୍ୟାର୍ଥୀ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ରାଷ୍ଟ୍ରୀୟ କଳା ମଂଚ ତରଫରୁ କାର୍ଯ୍ୟ କରିଆସୁଛି । ଭାରତୀୟ କଳା ଯଥା: ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରକଳା, ସ୍ୱରଚିତ କବିତା ଆବୃତି ଆଦିରେ ରୁଚି ରଖୁଥିବା ଦେଶର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ଥରୀୟ ପ୍ରତିଯୋଗିତା ମାଧ୍ୟମରେ ଏବଂ ୧୦୦୦ରୁ ଅଧିକ ଚୟନିତ ବିଦ୍ୟାର୍ଥୀ କଳାକାର ଏଥିରେ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ ।
କଳା କେବଳ ଶସ୍ତା ଲୋକପ୍ରିୟତାର ମାଧ୍ୟମ ନୁହେଁ, ଏହା ସମାଜ ଜାଗରଣର ଏକ ବଳିଷ୍ଠ ମାଧ୍ୟମର ବାର୍ତ୍ତା । ପ୍ରତିଭା ସଂଗମ କାର୍ଯ୍ୟକ୍ରମ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ କେବଳ ପ୍ରତିଯୋଗିତା କରାଯାଏ ନାହିଁ ବରଂ ଓଡିଶାର ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ଏହି ଯୁବ ବିଦ୍ୟାର୍ଥୀ କଳାକାରମାନଙ୍କର ପ୍ରତିଭା ବିକାଶ ପାଇଁ ପ୍ରଶିକ୍ଷଣ ମଧ୍ୟ ଏଠାରେ ଦିଆଯାଏ । ପ୍ରଶିକ୍ଷଣ- ପ୍ରତିଯୋଗୀତା- ପ୍ରଦର୍ଶନ ହେଉଛି ପ୍ରତିଭା ସଙ୍ଗମର ବିଶେଷତା ।
ଏହି କାର୍ଯ୍ୟକ୍ରମରେ ଅଭିନେତା ଡ ଅଜିତ ଦାସ, ଅଭିନେତ୍ରୀ ଅନୁ ଚୈାଧୁରୀ, ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି, ସବ୍ୟସାଚୀ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ,ମନ୍ନଥ ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ । ସାମ୍ବାଦିକ ସମ୍ମିଳନୀରେ ଅଭିନେତା ହରିହର ମହାପାତ୍ର, ପ୍ରତିଭା ସଙ୍ଗମ ସ୍ୱାଗତ ସମିତିର ସାଧାରଣ ସମ୍ପାଦକ ପଦ୍ମିନୀ ପାଣିଗ୍ରାହୀ, ଅଭିନେତା ମୃତ୍ୟୁଞୟ ପଣ୍ଡା, ଏବିଭିପିର ପୂର୍ବତନ ରାଜ୍ୟ ସଭାପତି ଦିଲ୍ଲିପ କୁମାର ଦାସ ଏବଂ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ ।
Comments are closed.