Odisha Link
Bridging the Missing Links in Odisha

ସିଏଏ ହିଂସା; ଆଜି ଉତ୍ତରପ୍ରଦେଶର ସବୁ ସ୍କୁଲ ଓ କଲେଜ ଛୁଟି

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଉତ୍ତରପ୍ରଦେଶରେ ହିଂସା ଉଗ୍ର ରୂପ ନେବାରେ ଲାଗିଛି। ହିଂସା ଯୋଗୁ ରାଜ୍ୟର ୨୧ଟି ଜିଲ୍ଲାରେ ଆଜି ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଏହା ସହିତ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ବିଭିନ୍ନ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି। ରାଜ୍ୟ ବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ପୁଲିସ ଛାଉଣୀ କରାଯାଇଛି।
ଗତ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଯୋଗୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୀରଟର ୪, ବିଜନୌର, କାନପୁର, ସମ୍ଭଲରେ ୨ ଜଣ ଲେଖାଏ ଏବଂ ମୁଜଫରନଗର, ଫିରୋଜାବାଦ ଓ ବାରାଣସୀରେ ଜଣେ ଲେଖାଏ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ଆନ୍ଦୋଳନ ସମୟରେ ବିକ୍ଷୋଭକାରୀମାନେ ୩ଟି ଥାନାରେ ନିଆଁ ଲଗାଇ ଦେଇଥିବାବେଳେ ବହୁ ଯାନବାହନ ପୋଡ଼ି ଦେଇଛନ୍ତି। ପୁଲିସ ଉପରକୁ ପଥର ମାଡ଼ ଯୋଗୁ ୫୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସ ୨୦୦ ବିକ୍ଷୋଭକାରୀଙ୍କୁ ଗିରଫ କରିନେଇଥିବାବେଳେ ୩୫୦୫ ଜଣଙ୍କୁ ଅଟକ ରଖିଛି।

Comments are closed.