‘ଶିକାରା’ରେ ଦେଖିବାକୁ ମିଳିବ କଶ୍ମୀର ପଣ୍ଡିତଙ୍କ ଦୁଃଖଦ କାହାଣୀ

ମୁମ୍ବଇ: ପ୍ରଯୋଜକ ତଥା ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଆଗାମୀ ଚଳଚ୍ଚିତ୍ର ‘ଶିକାରା’ର ମୋଶନ ପୋଷ୍ଟର ଏବେ ସାମ୍ନାକୁ ଆସିଛି। ଏହି ଚଳଚ୍ଚିତ୍ର କଶ୍ମୀରୀ ପଣ୍ଡିତମାନଙ୍କ କଷ୍ଟ ଭରା କାହାଣୀ ଉପରେ ଆଧାରିତ। ଏହି ପୋଷ୍ଟର ମାଧ୍ୟମରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଫେବୃଆରୀ ୭ ରେ ‘ଶିକାରା’ ପରଦାକୁ ଆସିବ। ମୋଶନ ପୋଷ୍ଟରକୁ ବିଧୁ ବିନୋଦ ଚୋପ୍ରା ଫିଲ୍ମସ୍ର ନିଜସ୍ୱ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେୟାର କରାଯାଇଛି। ସବୁଠାରୁ ଖରାପ ସମୟର ଏକ ନିଆରା ପ୍ରେମ କାହାଣୀ” ଦେଖିବାକୁ ମିଳିବ ଏହି ଚଳଚ୍ଚିତ୍ରରେ।
https://www.instagram.com/p/B6SNdwXJLug/
Comments are closed.