ଶ୍ରୀଉତ୍ସବ ପାଳିତ
![](https://www.odishalink.com/wp-content/uploads/2019/12/Sri-Utsav-Closing-Ceremony-1.jpeg)
ଭୁବନେଶ୍ବର : ଶ୍ରୀଉତ୍ସବ ମାଧ୍ୟମରେ ଆମେ ଅସ୍ପୃଶ୍ୟତା ମୁକ୍ତ,ସ୍ଵଚ୍ଛ ଓ ସଶକ୍ତ ସମାଜ ର କଲ୍ପନା କରିବା ଆମ ମୁଖ୍ୟ ଲକ୍ଷ । ବଳରାମ ଦାସଙ୍କ ଦ୍ଵାରା ଚରିତ ଲକ୍ଷ୍ମୀପୁରାଣରେ ମା ଲକ୍ଷ୍ମୀ ଦେଇଥିବା ସାମାଜିକ ବାର୍ତ୍ତା ଦ୍ଵାରା ଏକ ସଚେତନତା ସୃଷ୍ଠି କରି ଏହାକୁ କାର୍ଯ୍ୟକାରୀ କରିବା ଉଦେଶ୍ୟ ନେଇ କଲ୍ପନା ଛକ ନିକଟସ୍ଥ ପାନ୍ଥନିବାସ ପରିସରରେ ଶ୍ରୀଉତ୍ସବର ରାଜ୍ୟ ସ୍ତରୀୟ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେଉଛି ।
ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ସହଯୋଗରେ ଆୟୋଜିତ ଏହି ସାଂସ୍କୃତିକ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆୟୋଜିତ ହୋଇଥିବା ଝୋଟି, ଚିତା , ପିଠା, ହୁଳହୁଳି ଓ ଓଡିଶାର କଳା ସଂସ୍କୃତି କୁ ନେଇ ପ୍ରଶ୍ନ ଉତ୍ତର ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା ।
ମୁଖ୍ୟ ଅତିଥି ଭାବରେ ରାଜ୍ୟସ୍ଵ ବିଭାଗର ମନ୍ତ୍ରୀ ସୁଦାମ ମରଣ୍ଡୀ ଯୋଗ ଦେଇ ଏହି ଅଭିନବ ଓ ନିଆରା ପ୍ରୟାଶ ପାଇଁ ଶ୍ରୀଉତ୍ସବର କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ । ଅନ୍ୟତ୍ତମ ସମ୍ମାନନୀୟ ଅତିଥି ରାଜ୍ୟ ବୟନଶିଳ୍ପ ବିଭାଗ ର ମନ୍ତ୍ରୀ ପଦ୍ମିନୀ ଦିଆନ ମହିଳା ର ସଶକ୍ତିକରଣର ବାର୍ତ୍ତା ବହନ କରୁଥିବା ଲକ୍ଷ୍ମୀ ପୂରଣର ବିଶ୍ୱବ୍ୟାପି ପ୍ରଚାର ଉପରେ ଗୁରୁତ୍ଵଆରୋପ କରିଥିଲେ ।
ସମ୍ମାନନୀୟ ଅତିଥି ଭାବରେ ରାଜ୍ୟ ପର୍ଯ୍ୟଟନ ବିଭାଗର (ଓଟିଡ଼ିସି) ଅଧକ୍ଷ୍ୟା ଶ୍ରୀମୟୀ ମିଶ୍ର ସାଂପ୍ର।ତିକ ପରିସ୍ଥିତିରେ ଏହି ପରି ଆଧ୍ୟାତ୍ମିକ ମାର୍ଗରେ ସାମାଜିକ ବାର୍ତ୍ତାର ପ୍ରଚାରର ଉପଦେୟତା ବିଷୟରେ ଆଲୋକପାତ କରିଥିଲେ । ଅନ୍ୟତ୍ତମ ସମ୍ମାନନୀୟ ଅତିଥି ଭାବରେ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧକ୍ଷ ସୁବାସ ଚନ୍ଦ୍ର ସିଂ ଓ ଲକ୍ଷ୍ମୀ ପୁରାଣରେ ଥିବା ସାମାଜିକ ବାର୍ତ୍ତା ଓ ଏହାର ମାହାତ୍ମ୍ୟ ସମ୍ପର୍କରେ ଦୃଷ୍ଟିପାତ କରିଥିଲେ ।
ଶ୍ରୀଉତ୍ସବର ଉଦେଷ୍ଟା ନିଷିକାନ୍ତ ମିଶ୍ର ଏହି ଶ୍ରୀଉତ୍ସବ କୁ ଏକ ଉତ୍ସବ ଭାବରେ ସୀମିତ ନରଖି ଏହାକୁ ଏକ ସାମାଜିକ ଦିଗଦର୍ଶନର ଏକ ସମୂହ ସଚେତନତ।ର ମାଧ୍ୟମ କରାଯାଇ ବିଶ୍ଵ ଦରବାରରେ ଓଡିଶା ର କଳା ଓ ସଂସ୍କୃତି ର ମାନ୍ୟତା ବୃଦ୍ଧି କରିବା ଲକ୍ଷ ନେଇ ଆଗାମୀ ଦିନରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ମ।ନ ହାତକୁ ନିଆଯିବ ବୋଲି ଘୋଷଣା କରିଥିଲେ । ଅନ୍ୟତମ ବରିଷ୍ଠ ଉପଦେଷ୍ଟା ଜଗଦାନନ୍ଦ ତାଙ୍କର ଅଭିଭାଷଣରେ ଶ୍ରୀଉତ୍ସବ କୁ ଏକ ଗଣ ଉତ୍ସବ ଭାବରେ ଧୀରେ ଧୀରେ ପୁରପଲ୍ଲୀରେ କିପରି ଆଦୃତ କରାଯାଇପାରିବ ସେ ଉପରେ ତାଙ୍କର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ ।
ରାଜ୍ୟ ସଂସ୍କୃତି ବିଭାଗ ଦ୍ଵାରା ପରିବେଶିତ ଊଚ୍ଚକୋଟିର ଓଡିଶୀ ନୃତ୍ୟ ଓ ଭଜନ ଏହି ପବିତ୍ର ସନ୍ଧ୍ୟାକୁ ଆହୁରି ମହନୀୟ କରିଥିଲା । ଭୁବନେଶ୍ଵର ବ୍ୟତୀତ ବାରିପଦା, ବାଲେଶ୍ଵର ,ଭଞ୍ଜନଗର, କଟକ ,ପାରାଦୀପ ଓ ବିଭିନ୍ନ ରାଜ୍ୟ ତଥା ଦେଶବିଦେଶ ରେ ମଧ୍ୟ ଏହି ଶ୍ରୀ ଉତ୍ସବ ପାଳନ କରାଯାଉଛି ।
ଝୋଟି, ଚିତ। ଓ ଓଡିଆ ପିଠା ପଣ।ର ପ୍ରତିଯୋଗୀତା ସହିତ ଚିତ୍ର ମାଧ୍ୟମରେ ଲକ୍ଷ୍ମୀ ପୁରାଣରେ ଥିବା ସାମାଜିକ ବାର୍ତ୍ତାକୁ ସମଗ୍ର ବିଶ୍ଵରେ ପରିଚିତ କରାଇବା ସହିତ ଓଡିଶାର କଳା ସଂସ୍କୃତି ଓ ପରମ୍ପରାକୁ ଉଦଜୀବିତ କରିରଖିବାକୁ ଏହିଭଳି ପ୍ରୟାଶ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଏହାର ମୁଖ୍ୟ ଆବାହକ ପିନକୀ ମହାନ୍ତି ସୂଚନା ଦେଇଛନ୍ତି ।
ପୁରୀ ଶ୍ରୀ ଜଗନ୍ନାଥ ଅନକେ ମନ୍ଦିରରରୁ ମା ଲକ୍ଷ୍ମୀଙ୍କ ଆଜ୍ଞାମାଳ ନେଇ ଆରମ୍ଭ ହୋଇଥିବା ଏହି ଶ୍ରୀଉତ୍ସବ ର ସଫଳତା ପାଇଁ ଶ୍ରୀଉତ୍ସବ ର ସମସ୍ତ ମର୍ମକର୍ତ୍ତା ମାନଙ୍କୁ ଏବଂ ସହଗୋଗର ହାତ ବଢାଇ ଥିବା ସମସ୍ତ ଜଗନ୍ନାଥ ପ୍ରେମୀ ବ୍ୟକ୍ତି ଓ ଅନୁଷ୍ଟାନ ମାନଙ୍କୁ ଶ୍ରୀ ଉତ୍ସବ ର ଅଧକ୍ଷ୍ୟା ଡ।ରୀନ। ରାଉତରାୟ ।
ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟ। ଡ. ଚିଦାତ୍ମିକା ଖଟୁଆ, ମହେଷା ରଜ।ନୀ,ଯୋସ୍ନା ପରିଡା ,ଲୋରା ମୋହାପାତ୍ର, ଶାଶ୍ଵତୀ ମିଶ୍ର , ନମସ୍ୟ। ନାୟକ, ସ୍ଵପ୍ନଜୀତ ନାୟକ, ମନ୍ଦାକିନୀ କର ବିଭିନ୍ନ ପ୍ରତିଯୋଗୀତା ଗୁଡିକୁ ପରିଚ।ଳିତ କରିଥିଲେ ।
ଅନୁଷ୍ଟ।ନ ର ସଦସ୍ୟ ଦିଲୀପ ସାମନ୍ତରାୟ , ଅରବିନ୍ଦ ଅଗରୱାଲ , ସ୍ୱରୂପ ଦାସ ,ସଞ୍ଜିବ ଆଚାର୍ଯ୍ୟ ,ଦିଲୀପ ସାମନ୍ତରାୟ, ଶୁଭଶ୍ରୀ ତ୍ରିପାଠୀ, ଉମାନ।ଥ ମିଶ୍ର, ନାରାୟଣ ମହାନ୍ତି ,ସରସ୍ଵତୀ ପଣ୍ଡା ଓ ଡ. ଲୀପଶା ମିଶ୍ର ଉପସ୍ଥିତ ଥିଲେ। ଭୁବନେଶ୍ୱର ନାରାୟଣ ମହାପାତ୍ର ଓ ଉମାନାଥ ମିଶ୍ର ମୟୂରଭଞ୍ଜ ସୁଲିଆପଦାର ଦିବ୍ୟଲୋଚନ ଦାସ ବାରିପଦର ଶ୍ୟାମଳୀ ପଟ୍ଟନାୟକ, ଭଞ୍ଜନଗର ର ପ୍ରଭାତୀ ବେହେରା ଓ ବାଲେଶ୍ଵର ର ସୁପ୍ରୀତି ମିଶ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା ।
Comments are closed.