Odisha Link
Bridging the Missing Links in Odisha

କଠୋର କାର୍ଯ୍ୟାନୁଷ୍ଠାନ ହେବ: ଏସ୍‌ପି

ଭୁବନେଶ୍ୱର: ଖୋର୍ଦ୍ଧା ସଦର ଥାନା କାଇପଦରରେ ଜଣେ ଯୁବକଙ୍କୁ ମାଡ଼ ଓ ତାଙ୍କ ମୁହଁରେ ପରିସ୍ରା କରାଯିବା ଘଟଣାରେ ପୁଲିସ ଜଣକୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ଥିବା ଜଣାଯାଇଛି । ଗିରଫଦାରୀ ନେଇ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ଖୋର୍ଦ୍ଧା ସଦର ଥାନା ପୁଲିସ ରାଜେନ୍ଦ୍ର ଭୂୟାଁଙ୍କୁ ଗିରଫ କରିଥିବାବେଳେ ଏହି ଘଟଣାରେ ସମ୍ପୃକ୍ତ କନ୍ତିଆ ପାଲଟାସିଂହ ଫେରାର ଅଛି । ଅନ୍ୟପକ୍ଷରେ ଏଭଳି ଘଟଣା ଘଟାଉଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କହିଛନ୍ତି ।

ସୂଚନା ଅନୁସାରେ ଖୋର୍ଦ୍ଧା ସଦର ଥାନା କାଇପଦରରେ ୨ ଜଣ ଯୁବକ ଜଣେ ଯୁବକଙ୍କୁ ଅପହରଣ କରିନେଇ ଗଛରେ ବାନ୍ଧିବା ସହ ପିଟିଥିଲେ। ଖାଲି ସେତିକି ନୁହେଁ ମାଡ଼ ଖାଇ ପାଣି ପାଇଁ ବିକଳ ହେବାରୁ ଜଣେ ଯୁବକଙ୍କ ତାଙ୍କ ମୁହଁରେ ପରିସ୍ରା ମଧ୍ୟ କରିଥିଲେ। ଗତ ୧୮ ତାରିଖର ଏଭଳି କିଛି ଦୃଶ୍ୟର ଭିଡିଓ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା ।

ପୂର୍ବ ଶତ୍ରୁତାରୁ ବଙ୍ଗିଦା ଗ୍ରାମର ଜଣେ ଯୁବକଙ୍କୁ ୨ ଜଣ ଯୁବକ ଅପହରଣ କରିନେଇ କାଇପଦର ଗ୍ରାମକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଏକ ନଡ଼ିଆ ଗଛରେ ବାନ୍ଧି ଦେଇ ଠେଙ୍ଗା, ବହ୍ଲା ଓ କାଠ ଫାଳିଆରେ ନିର୍ଧୂମ ପିଟିଥିଲେ । ମାଡ଼ ଖାଇ ପାଣି ମାଗିବାରୁ ତା ମୁହଁରେ ଜଣେ ଯୁବକ ପରିସ୍ରା କରିଥିଲା। ଗାଁ ଦାଣ୍ଡରେ ଏସବୁ ଚାଲିଥିଲେ ବି କେହି ଏହାର ପ୍ରତିବାଦ କରିନଥିଲେ ।

Comments are closed.