Odisha Link
Bridging the Missing Links in Odisha

୧୨ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡାକରା

କଣ୍ଟାବାଞ୍ଝି: ତିନି ଦଫା ଦାବୀ ନେଇ ବଙ୍ଗୋମୁଣ୍ଡା ନାଗରିକ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ୧୨ ଘଣ୍ଟିଆ ବଙ୍ଗୋମୁଣ୍ଡା ବନ୍ଦ ଡାକରା ଦିଆଯାଇଛି ।
ଆଜି ସକାଳ ସମୟରେ ନାଗରିକ ମଞ୍ଚର କର୍ମକର୍ତାମାନେ ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଆନ୍ଦୋଳନକାରି ମାନେ କହିଛନ୍ତି ଯେ ନାଗରିକ ମଂଚ ପକ୍ଷରୁ ଗତ ୫ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୩ ଦଫା ଦାବି ବଙ୍ଗୋମୁଣ୍ଡା ପଂଚାୟତ କୁ ଏନଏସି ମାନ୍ୟତା,ବଙ୍ଗୋମୁଣ୍ଡା ପିଏଚସି କୁ ଏରିଆ ହସ୍ପିଟାଲ ର ମାନତ୍ୟା ଏବଂ ମକୁନ୍ଦ ସାଗର ର ପୁନଃଉଦ୍ଧାର ପାଇଁ ଦାବି ପତ୍ର ଦିଆଯାଇଥିଲା ।

Locked shutters of Shimla shops on budy Mall Road on Saturday during bandh to protest against “cow Slaughter” case at Nerwa in Chopal area of Shimla district.
Photo by : Amit Kanwar

କିନ୍ତୁ ଦିର୍ଘ ୧୮ ଦିନ ମଧ୍ୟରେ କୌଣସି ପ୍ରତିଶୃତି ନ ମିଳିବାରୁ ସୋମବାର ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି ବୋଲି ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି । ଆଜିର ଏହି ବନ୍ଦ ରେ ଦୋକାନ ବଜାର ସରକାରୀ ଓ ବେସରକାରି ପ୍ରତିଷ୍ଠାନ ,ସ୍କୁଲ କଲେଜ ଓ ଗାଡି ଚଳାଚଳ ସମ୍ପୁର୍ଣ ଭାବରେ ବନ୍ଦ ରହିଛି।

Comments are closed.