Odisha Link
Bridging the Missing Links in Odisha

ଝାଡ଼ଖଣ୍ଡରେ ଜେଏମଏମ ମେଣ୍ଟ ଠାରୁ ବିଜେପି ପଛରେ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଅଦ୍ୟାବଧି ମିଳିଥିବା ସୂଚନା ଅନୁଯାୟୀ ୮୧ ଆସନ ବିଶିଷ୍ଟ ବିଧାନସଭା ଆସନରେ ବିଜେପି, ଜେଏମଏମ-କଂଗ୍ରେସ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେଉଛି । କେତେବେଳେ ବିଜେପି ଆଗରେ ରହୁଛି ତ କେବେ ଜେଏମଏମ-କଂଗ୍ରେସ ମେଣ୍ଟ । ତେବେ ସରକାର ଗଢ଼ିବା ପାଇଁ ୪୧ ସିଟ ଆବଶ୍ୟକ ଥିବାବେଳେ କଂଗ୍ରେସ ଓ ଜେଏମଏମ ମେଣ୍ଟ ୩୯ ଆସନରେ ଆଗରେ ରହିଛି । ଯେତେବେଳେକି ବିଜେପି ୩୧ ଆସନରେ ଆଗୁଆ ରହିଛି । ସେହିପରି ବିଏସପି ମଧ୍ୟ ୨ ସିଟରେ ଆଗୁଆ ଅଛି । ଜେଭିଏମ ୪ ସିଟରେ ଆଗୁଆ ଥିବାବେଳେ ଆଜସୁ ୩ ସିଟରେ ଆଗୁଆ ଅଛି । କଂଗ୍ରେସ ଟିକେଟ ନପାଇ ଅସନ୍ତୁଷ୍ଟ ଭାବେ ଲଢ଼ିଥିବା କେତେକ ନେତା ବି ଆଗୁଆ ରହିଥିବା ଜାଣିବାକୁ ମିଳିଛି ।

ସୂଚନାଯୋଗ୍ୟଯେ, ଏକଜିଟ ପୋଲର ଆକଳନ ଅନୁଯାୟୀ ଆଇଏନଏସ-ସି ଭୋଟର-ଏବିପି : ଜେଏମଏମ ନେତୃତ୍ୱାଧୀନ ମେଣ୍ଟ ୩୧ରୁ ୩୯ ଆସନ ପାଇବାର ଥିବାବେଳେ ବିଜେପିକୁ ୨୮ରୁ ୩୬ ଆସନ ମିଳିବାର ସମ୍ଭାବନା ରହିଛି ।
ଇଣ୍ଡିଆଟୁଡେ-ଆକ୍ସିସ : ବିଜେପିକୁ ୨୨ରୁ ୩୨ ଆସନ ମିଳିବ । ଯେତେବେଳେକି ଜେଏମଏମ ଓ ଆରଜେଡ଼ିକୁ ୩୮ରୁ ୫୦ ଆସନ ମିଳିବାର ସମ୍ଭାବନା ରହିଛି ।

Comments are closed.