ମଙ୍ଗୁ ମଠ ଭଙ୍ଗା ପ୍ରସଙ୍ଗ; ନରମିଲେ ଶିଖ୍ ଗୋଷ୍ଟି
ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସୌନ୍ଦର୍ଯ୍ୟକରଣ ପାଇଁ ମଙ୍ଗୁ ମଠ ଭଙ୍ଗା ଘଟଣାକୁ ନେଇ ରବିବାର ପଞ୍ଜାବ ବିଧାୟକ ଓ ପ୍ରତିନିଧି କ୍ଷୋଭ ପ୍ରକାଶ କରିଥିବାବେଳେ ସୋମବାର କିନ୍ତୁ ସେମାନେ ମଠ ଭଙ୍ଗା ସମ୍ପର୍କରେ ପୁରାପୁରି ବୁଝି ଯାଇଛନ୍ତି । ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଭେଟିବା ପରେ ପଞ୍ଜାବ ପ୍ରତିନିଧି ଦଳର ମୁଖ୍ୟ ବିଧାୟକ ସମରଜିତ ସିଂ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମଠ ଭଙ୍ଗା ନେଇ ଭୁଲ ବୁଝାମଣା ଥିଲା । ତାହା ଏବେ ଦୂର ହୋଇଯାଇଛି । ଓଡ଼ିଶା ସରକାର ମଙ୍ଗୁ, ପଞ୍ଜାବୀ, ବଲି ମଠର ପୁନରୁଦ୍ଧାର କରିବେ। ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ ଏସବୁ କରାଯାଉଛି ବୋଲି ସମରଜିତ ସିଂ କହିଛନ୍ତି ।
ସୂଚନା ଅନୁସାରେ ରବିବାର ମଙ୍ଗୁ ମଠ ଭଙ୍ଗା ଘଟଣାକୁ ନେଇ ଭୁବନେଶ୍ୱରରେ ଶିଖ ସମାଜ ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ଖାରବେଳନଗର ଗୁରୁଦ୍ୱାରରୁ ମାଷ୍ଟରକ୍ୟାଟିନ ଯାଏଁ ବିକ୍ଷୋଭ କରାଯାଇଥିଲା । ଏହି ବିକ୍ଷୋଭରେ ପଞ୍ଚାବର ୨ ବିଧାୟକ ସାମିଲ ହୋଇଥିଲେ । ସେମାନେ ହେଲେ ସିମରଜିତ ସିଂହ ଓ ବଲୱନ୍ତ ସିଂହ । ଏହି ଅବସରରେ ସମ୍ପୃକ୍ତ ଦୁଇ ବିଧାୟକ ମଙ୍ଗୁ ମଠ ଭଙ୍ଗାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ । ସେମାନେ କହିଥିଲେ ଯେ, ନବୀନ ପଟ୍ଟନାୟକଙ୍କ ସହ ଆମର ସାକ୍ଷାତ ହୋଇପାରୁନି । ଏହା ଏକ ଦୁଃଖର କଥା । ଯଦି ନବୀନ କିଛି ପଦକ୍ଷେପ ନନିଅନ୍ତି ତେବେ ଆଗକୁ ଆନେ୍ଦାଳନ ହେବ । ପଞ୍ଜାବରୁ ଲକ୍ଷାଧିକ ଶିଖ ଆସି ଏହାକୁ ତୀବ୍ର ବିରୋଧ କରିବେ । ନବୀନ ପଞ୍ଜାବ ଆସି ଦେଖନ୍ତୁ ମନ୍ଦିର ନଭାଙ୍ଗି କିପରି ସୌନ୍ଦର୍ଯ୍ୟକରଣ ହୋଇଛି ବୋଲି ସିମରଜିତ ସିଂହ ଓ ବଲୱନ୍ତ ସିଂହ କହିଥିଲେ ।
Comments are closed.