ସାପ ଖେଳ ଦେଖାଉଛନ୍ତି ବିଧାୟକ
ଭୁବନେଶ୍ୱର: ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ସାପ ଖେଳର ଏକ ଭିଡିଓ ଭାଇରାଲ ହୋଇଛି । ଉକ୍ତ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଓ ଆଲୋଚନା ହେବାରେ ଲାଗିଛି । ଟିକଟକରେ ଥିବା ୧୧ ସେକେଣ୍ଡ ବିଶିଷ୍ଟ ଭିଡିଓରେ ବିଧାୟକ ସାପଟିକୁ ଧରିଥିବା ଦେଖାଯାଇଛି । ଖାଲି ସେତିକି ନୁହେଁ ସାପର ମୁଣ୍ଡକୁ ଧରି କ୍ୟାମେରାକୁ ପୋଜ ଦେଉଥିବା ଦେଖାଯାଉଛି ।
ତେବେ ସାପ ଖେଳ ଭିଡିଓକୁ ନେଇ ବିଧାୟକ ସମ୍ବିତ ରାଉତରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗତ ୨ ଦିନ ତଳେ ଭୁବନେଶ୍ୱରସ୍ଥ ବାସଭବନରେ ଏକ ସାପ ପଶିଥିଲା । ଏନେଇ ସ୍ନେକ ହେଲପ ଲାଇନ ସଦସ୍ୟକୁ ଖେବର ଦେବା ପରେ ସେମାନେ ଆସି ସାପଟିକୁ ଉଦ୍ଧାର କରିଥିଲେ । ତେବେ ଉକ୍ତ ସାପଟି ବିଷାକ୍ତ ନଥିଲା । ତାହା ଏକ ଢମଣା ସାପ ଥିଲା । ସ୍ନେକ ହେଲପ ଲାଇନ ସଦସ୍ୟମାନେ ସାପଟିକୁ ଧରିବା ପରେ ମୁଁ ତାଙ୍କ ହାତରୁ ନେଇ ଟିକେ ଧରିଥିଲି ବୋଲି ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି ।
Comments are closed.