ନିଯୁକ୍ତି ଆଶାୟୀଙ୍କ ଭଙ୍ଗାରୁଜା
ଭୁବନେଶ୍ୱର: ପାରାଦୀପ ଜେଏସଡବ୍ଲୁ କାର୍ୟ୍ୟଳୟରେ ନିଯୁକ୍ତି ଆଶାୟୀମାନେ ଭଙ୍ଗାରୁଜା କରିଛନ୍ତି। ପୁଲିସ ସେମାନଙ୍କୁ ଗୋଡାଇ ଗୋଡାଇ ପିଟିବା ସହ ୧୫ରୁ ଉର୍ଦ୍ଧ୍ବ ମୋଟର ସାଇକେଲ ଜବତ କରିଛି। ସେବୁ ସଙ୍ଗଠନର ଯୁବକ ମାନେ ଏହି ଉନ୍ମତ୍ତକାଣ୍ଡ ଘଟାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଦୁଇ ଶହରୁ ଅଧିକ ଇଂଜିନିୟରିଂ ନିଯୁକ୍ତି ଆଶୟୀମାନେ ମଙ୍ଗଳବାର ସକାଳେ କାର୍ଯ୍ୟାଳୟ ମଧ୍ୟରେ ପଶି ଭଙ୍ଗାରୁଜା କରିଥିଲେ। ନିଯୁକ୍ତି ପାଇଁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ କାହିଁକି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ ବୋଲି ଆଶୟୀମାନେ ପ୍ରଶ୍ନ କରିଥିଲେ। ପାରାଦୀପ ଜେଏସଡବ୍ଲୁ ଅଧିକାରୀଙ୍କୁ କୈଫିୟତ ମାଗିବା ସହ ଆସବାବପତ୍ର ପିଙ୍ଗି ଭଙ୍ଗାରୁଜା କରିଥିଲେ। ଏହା ପରେ ଜେଏସଡବ୍ଲୁ କାର୍ଯ୍ୟାଳୟରୁ ପାରାଦୀପ ଥାନାକୁ ଯାଇ ଆଶାୟୀମାନେ ପାଟିତୁଣ୍ଡ ମଧ୍ୟ କରିଥିଲେ। ଏହି ସମୟରେ ପୁଲିସ ଲାଠି ଚାର୍ଜ କରିବା ସହ କିଛି ଯୁବକଙ୍କ ଧରି ଥାନାରେ ଅଟକ ରଖିଛି। ଏହା ସହ ପୁଲିସ ୧୫ରୁ ଉର୍ଦ୍ଧ୍ବ ମୋଟର ସାଇକେଲକୁ ଜବତ କରିଛି। ସେଠାରେ ଏକ ପ୍ରକାର ଅଶାନ୍ତକର ପରିସ୍ଥିତି ଲାଗି ରହିଥିବା ବେଳେ ପୁଲିସ ଉତ୍ୟକ୍ତ ଯୁବକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି ।
Comments are closed.