ଡାକ୍ତର ସାଜିଲେ ଦେବଦୂତ
ମାଲକାନଗିରି: ଡାକ୍ତର ସାଜିଲେ ଦେବଦୂତ। ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଟ୍ୟୁମର ଅପରେସନ କରି ଜଣେ ଡାକ୍ତର ଏବେ ଚର୍ଚ୍ଚାରେ। ଟ୍ୟୁମର ଅପରେସନ ସଫଳ ହେବା ସହ ବଞ୍ଚିଯାଇଛି ଜଣେ ଗରିବ ଆଦିବାସୀ ଯୁବତୀଙ୍କ ଜୀବନ। ଅତ୍ୟାବଶ୍ୟକୀୟ ଯନ୍ତ୍ରପାତି ଓ ଆନୁସଙ୍ଗିକ ବ୍ୟବସ୍ଥା ନ ଥିଲେ ବି ନିଜ ଉଦ୍ୟମରେ ଅସ୍ତ୍ରୋପଚାର କରି ଗରିବ ଆଦିବାସୀ ଯୁବତୀଙ୍କୁ ଜୀବନ ବଞ୍ଚାଇ ପାରିଛନ୍ତି ଡାକ୍ତର ସପନ କୁମାର ଦିଣ୍ଡା।
ଚାଲାଣଗୁଡ଼ାର ପ୍ରମିଳାଙ୍କ ପେଟ ଯନ୍ତ୍ରଣା ହେବାରୁ ଜଣାପଡ଼ିଥିଲା ପ୍ରମିଳାଙ୍କ ପେଟରେ ଟ୍ୟୁମର ହୋଇଛି ବୋଲି। ତାଙ୍କୁ ବିଶାଖାପାଟଣା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ପରିବାର ପାଖରେ ଚିକିତ୍ସା ବାବଦରେ ସେତିକି ଅର୍ଥ ନ ଥିଲା ଏହି ସମୟରେ ଦେବଦୂତ ସାଜି ସହାୟତାର ହାତ ବଢାଇଥିଲେ ଡାକ୍ତର ସପନ ଦିଣ୍ଡା। ପ୍ରମିଳାଙ୍କ ଅସ୍ତ୍ରୋପଚାର କରିବାକୁ ରାଜି ହୋଇଥିଲେ ସପନ ଏଥିପାଇଁ ସେ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ବ୍ୟବସ୍ଥା କରିଥିଲେ। ଦୀର୍ଘ ସମୟ ଧରି ଅସ୍ତ୍ରୋପଚାର ପରେ ତାଙ୍କ ପେଟରୁ ୯ କିଲୋ ଓଜନର ଟ୍ୟୁମର ବାହାରିଥିଲା। ଏବେ ପ୍ରମିଳା ସୁସ୍ଥ ଅଛନ୍ତି।
Comments are closed.