Odisha Link
Bridging the Missing Links in Odisha

ଝାଡ଼ଖଣ୍ଡ ବିଜୟ ସ୍ବତନ୍ତ୍ର: ସୋନିଆ

ନୂଆଦିଲ୍ଲୀ: ଜେଏମଏମ, କଂଗ୍ରେସ ଓ ଆରଜେଡିର ମଳିତ ମେଣ୍ଟ ଝାଡ଼ଖଣ୍ଡ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିଛନ୍ତି। ଫଳରେ ଏହି ମେଣ୍ଟ ବିଜେପିକୁ ଗାଦିଚ୍ୟୁତ କରିବାରେ ସକ୍ଷମ ହୋଇଛି। ମେଣ୍ଟ ବିଜୟରେ ଜେଏମଏମ ଦଳ ବଡ଼ ଭୂମିକା ସମ୍ପାଦନ କରିଥିଲା।

ତେବେ ଝାଡ଼ଖଣ୍ଡରେ ପରବର୍ତ୍ତୀ ସରକାର ଗଠନ କରିବେ ଜେଏମଏମ, କଂଗ୍ରେସ ଓ ଆରଜେଡିର ମେଣ୍ଟ ସରକାର। ରାଜ୍ୟରେ ଏହି ବିଜୟକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ସ୍ୱତନ୍ତ୍ର ବୋଲି କହିଛନ୍ତି। ସୋନିଆ କହିଛନ୍ତି, “ବିଜେପି ସମାଜକୁ ଜାତି ଓ ଧର୍ମ ଆଧାରରେ ଭାଗଭାଗ କରିବାକୁ ଚାହୁଁଥିଲା। ହେଲେ ଝାରଖଣ୍ଡବାସୀ ଏହାର ଜବାବ ଦେଇଛନ୍ତି।”

ଏଥିସହିତ ସୋନିଆ ଗାନ୍ଧି କହିଛନ୍ତି ଯେ “ଏହି ବିଜୟ ସ୍ୱତନ୍ତ୍ର ଓ ବହୁତ ଗୁରୁତ୍ୱପୂର୍ଣ୍ଣ। ବିଜେପିକୁ ହରାଇଥିବାରୁ ଝାରଖଣ୍ଡବାସୀଙ୍କୁ ସ୍ୱତନ୍ତ୍ର ଶୁଭେଚ୍ଛା ଓ ପ୍ରଶଂସା ମିଳିବା ଦରକାର। କାରଣ ବିଜେପି ବିଭେଦତା ଏଜେଣ୍ଡା ପ୍ରଣୟନ କରିବାକୁ ଚାହୁଁଥିଲା। ହେଲେ ଏହାକୁ ଝାରଖଣ୍ଡବାସୀ ଗ୍ରହଣ କରିନାହାନ୍ତି। ମିଥ୍ୟା ପ୍ରଚାରକୁ ରାଜ୍ୟବାସୀ ବୁଝିପାରିଛନ୍ତି। ତେଣୁ ଏହା ଏକ ସ୍ୱତନ୍ତ୍ର ବିଜୟ।”

ସୂଚନାଯୋଗ୍ୟ, ୮୧ଟି ଆସନରୁ ଜେଏମଏମ ମେଣ୍ଟ ୪୭ଟି ସିଟ୍‌ ଜିତିଥିବା ବେଳେ ବିଜେପି ମାତ୍ର ୨୫ଟି ଆସନ ଦଖଲ କରିବାକୁ ସକ୍ଷମ ହୋଇଛି। ବିଜେପି ୨୦୧୪ରେ ଏଠାରେ ୩୭ଟି ଆସନ ଜିତିଥିଲା। ଏବେ ଜେଏମଏମ କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ୍‌ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

Comments are closed.