ଦଶମ ଦିନରେ ତୋଷାଳି ମେଳା, ଜମୁଛି ଲୋକଙ୍କ ଭିଡ
ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଡିସେଞ୍ଚର ୧୫ ତାରିଖଠାରୁ ଜନତା ମଇଦାନଠାରେ ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୧୯ ଆରମ୍ଭ ହୋଇଛି । ଆଜି ତୋଷାଳି ମେଳା ଦଶମ ଦିନରେ ପହଞ୍ଚିଛି। ଆଜି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଭାଗୀୟ ବିତ୍ତ ପରାମର୍ଶଦାତା ଓ ଯୁଗ୍ମ ଶାସନ ସଚିବ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଆଜି ସନ୍ଧ୍ୟାରେ ବଲିଉଡ୍ କଳାକାର ପ୍ରତିଭା ସିଂ ବାଘେଲା ‘କମଲି କମ୍ଲି…’, ‘ହମ୍ମା ହମ୍ମା….’, ‘କ୍ରେଜି କିଆରେ…’ ଆଦି ସଂଗୀତ ପରିବେଷଣ କରି ଦର୍ଶକମାନଙ୍କୁ ବିମୁଗ୍ଧ କରିଥିଲେ।
ଏହା ଛଡ଼ା ଦିନ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୁକ୍ତ ମଞ୍ଚରେ ପାଲା ପରିବେଷଣ କରାଯାଇଥିଲା। ଚତୁର୍ଦ୍ଦଶ ତୋଷାଳି ମେଳାରେ ୫୫୦ଟି ଷ୍ଟଲ୍ ରହିଛି। ସେଥି ମଧ୍ୟରୁ ୩୩୦ଟି ହସ୍ତଶିଳ୍ପ, ୧୩୦ଟି ହସ୍ତତନ୍ତ, ୪୦ଟି ଫୁଠକୋର୍ଟ ଓ ଅନ୍ୟାନ୍ୟ ଷ୍ଟଲ ୫୦ଟି ରହିଛି। ଷ୍ଟଲ ଗୁଡ଼ିକ ରେ କାରଗିର ଓ ବୁଣାକାର ମାନଙ୍କ ଦ୍ୱାରା ପ୍ରସ୍ତୁତ କଳାବସ୍ତୁ ଓ ହସ୍ତତନ୍ତ ପ୍ରଦର୍ଶନ ଓ ବିକ୍ରୟ ହେଉଛି। ଏହି ମେଳାକୁ ସୁଗମ୍ୟ ସମେତ ପୋଷଣୀୟ ସହିତ ବାର୍ଦ୍ଧକ୍ୟ ହିତୋପଯୋଗୀ କରାଯାଇଛି। ଚଳିତ ବର୍ଷ ମେଳାର ବିଶେଷତା ଏହିଯେ, ମେଳାର ବିବରଣୀକୁ ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କ ନିମନ୍ତେ ବ୍ରେଲି ଅକ୍ଷରରେ ଛପାଯାଇ ବଣ୍ଟନ କରିବାର ବ୍ୟବସ୍ଥା କରାଯାଇଛି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସୁବିଧାପାଇଁ ମେଳାରେ ହୁଇଲ୍ଚେୟାର,ହେଲପଡେସ୍କ, ସେଲ୍ଫି ର୍ୟା ̧, ଅନ୍ୟାନ୍ୟ ସ୍ଥାନରେ ର୍ୟା ̧, ସ୍ୱତନ୍ତ୍ର ଟଏଲେଟ୍ ବ୍ୟବସ୍ଥା କରାଯାଇଛି।
ଡିସେଞ୍ଚର ୨୩ ସୁଦ୍ଧା ତୋଷାଳି ମେଳାରେ ଫୁଡ୍କୋର୍ଟରେ ୧ କୋଟି ୪୨ ଲକ୍ଷ, ହସ୍ତଶିଳ୍ପରେ ୪ କୋଟି ୪୯ ଲକ୍ଷ ଓ ହସ୍ତତନ୍ତରେ ୩ କୋଟି ୪୩ ଲକ୍ଷ ଟଙ୍କାର ବିକ୍ରିବଟା ହୋଇଛି। ଏହା ବ୍ୟତୀତ ଏହି ମେଳାରେ ଏଟିଏମ୍, ପ୍ରାଥମିକ ଚିକିତ୍ସାସେବା, ପିଲାମାନଙ୍କ ପାଇଁ ଖେଳ ବାଟିକା ଆଦିର ଆୟୋଜନ କରାଯାଇଛି। ମେଳାକୁ ଅଧିକ ଆକୃଷ୍ଟ କରିବା ପାଇଁ ଚାରିଗୋଟି ସେଲ୍ଫି ଜୋନ୍ର ବ୍ୟବସ୍ଥା କରାଯାଇଛି। ତୋଷାଳି ମେଳା ଡିସେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ରାତି ୯.୩୦ ମିନିଟ୍ ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଖୋଲା ରହୁଛି।
Comments are closed.