Odisha Link
Bridging the Missing Links in Odisha

ଆଦିରତ୍ନ ଦାଦି ସନ୍ଦେଶୀଜୀଙ୍କର ୯୪ତମ ଜୟନ୍ତୀ

ଭୁବନେଶ୍ବର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଓମ୍ ନିବାସ, ୟୁନିଟ୍ , ମୁଖ୍ୟ ସେବାକେନ୍ଦ୍ର , ଭୁବନେଶ୍ବର ଓ ରାଜ୍ୟର ଅନ୍ୟାନ୍ୟ ସେବାକେନ୍ଦ୍ର ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦାଦି ସନ୍ଦେଶୀଙ୍କ ଆଜି ଥିଲେ ୯୪ତମ ଜୟନ୍ତୀ ।

କାର୍ଯ୍ୟକ୍ରମ ଆରମ୍ଭରେ ବ୍ରହ୍ମକୁମାରୀ ପ୍ରାଚୀ ଏକ ସ୍ବାଗତ ନୃତ୍ୟ ପରିଷବେଷଣ କରିଥିଲେ । ପରେ ଦ୍ବୀପ ପ୍ରଜ୍ଜ୍ବଳନ କରି ଦାଦିଜାଙ୍କ ଜନ୍ମ ଦିନ ଉପଲକ୍ଷେ ଏକ କେକ୍ କଟାଯାଥିଲା । ଏହି ଅବସରସେ ଓଡ଼ିଶା ସରକାର ଲୋକାୟୁକ୍ତ ସଭ୍ୟ ଡ.ଦେବବ୍ରତ ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଜ ଅଭିଭାଷଣରେ କହିଥିଲେ ଦାଦି ସନ୍ଦେଶୀଙ୍କର ଏ ଅନୁଷ୍ଠାନ ପ୍ରତି ବିଶିଷ୍ଟ ଅବଦାନ ରହିଛି ।

ଯେ କି ବାଲ୍ୟକାଳରୁ ନିଜର ଜୀବନକୁ ଏ ସଂସ୍ଥାରେ ସମର୍ପଣ କରି ସାରା ଭାରତର ବିଭିନ୍ନ ସ୍ଥାନରେ ପରମାତ୍ମାଙ୍କ ଶିକ୍ଷା ପ୍ରଦାନ କରି ହଜାର ହଜାର ଭାଇ ଭଉଣୀଙ୍କ ଜାବନକୁ ଶ୍ରେଷ୍ଠ କରି ତିଆରି କରିଥିଲେ । ସମ୍ମାନନୀୟ ଅତିଥି ରୂପେ ପନ୍ୟାଗାର ନିଗର ଅଧ୍ୟକ୍ଷ ଅନୁପ କୁମାର ସାଏ ଯୋଗଦେଇ କହିଥିଲେ ଯେ ଏ ସଂସ୍ଥା ଦ୍ବାରା ସମସ୍ତଙ୍କୁ ସୁଖ ଶାନ୍ତିରେ ରହିବାର ପ୍ରେରଣା ମିଳୁଛି ।

ମୁଖ୍ୟବ୍ୟକ୍ତା ରୂପେ ଶିକ୍ଷାବିତ୍ ପ୍ରଫେସର ଜ୍ୟୋସ୍ନାରାଣୀ ମହାପାତ୍ର ଦାଦାଜୀଙ୍କର ଜାବନ ଶୈଳୀର ଭୂୟସୀ ପ୍ରଶଂସା କରିଥିଲେ ସମ୍ମନୀୟ ବକ୍ତ ରୂପେ ସାମ୍ବାଦିକ ରମେଶ ମହାନ୍ତି ଯୋଗ ଦେଇ କହିଥିଲେ ଯେ, ବ୍ରହ୍ମାକୁମାରୀ ସଂସ୍ଥା ଦ୍ବାରା ପ୍ରଦତ୍ତ ରାଜ ଯୋଗ ଶିକ୍ଷା ଦ୍ବାରା ସମସ୍ତେ ଲାଭାନ୍ବିତ ହେବା ଉଚିତ୍ ତତ୍ ସଙ୍ଗେ ଦାଦାଜୀଙ୍କ ଜୀବନ ଶୈଳୀକୁ ସମସ୍ତେ ଅନୁସରଣ କରିବା ଉଚିତ ।

Comments are closed.