ବିଜେପିକୁ ଟ୍ରଲ୍ କଲା କଂଗ୍ରେସ, କହିଲା ଜୁମ୍ଲା ବେଲ୍ସ ଜୁମ୍ଲା ବେଲ୍ସ ଜୁମ୍ଲା ଅଲ୍ ଦି ୱେ
ନୂଆଦିଲ୍ଲୀ: ଆଜି ହେଉଛି ବଡ଼ଦିନ ବା ଖ୍ରୀଷ୍ଟମାସ। ଉତ୍ସବକୁ ସମସ୍ତେ ଆନନ୍ଦ ଉଲ୍ଲାସରେ ମନାଉଛନ୍ତି। ହେଲେ କଂଗ୍ରେସ ଏହି ଅବସରକୁ ଭିନ୍ନ ଉପାୟରେ ବ୍ୟବହାର କରିଛି। ମତାସୀନ ବିଜେପିକୁ ଟ୍ରଲ୍ କରିବା ପାଇଁ ଖ୍ରୀଷ୍ଟମାସ ଷ୍ଟାଇଲ୍କୁ ବ୍ୟବହାର କରିଛି।
କଂଗ୍ରେସ ଏକ ଟ୍ୱିଟ୍ ଜରିଆରେ ବିଜେପିକୁ ସମାଲୋଚନା କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନର୍ମଣା ସୀତାରମଣ ଓ କେନ୍ଦ୍ରମନ୍ତ୍ରୀ ସ୍ମିତି ଇରାନିଙ୍କ ଫଟୋ ସ୍ଥାନ ପାଇଛି। ଏଥିରେ ଟ୍ୱିଟ୍ କରି ଲେଖାଯାଇଛି, “ଜୁମ୍ଲା ବେଲ୍ସ ଜୁମ୍ଲା ବେଲ୍ସ ଜୁମ୍ଲା ଅଲ୍ ଦି ୱେ। ଓ ହ୍ୱାଟ୍ ଫନ୍ ଇଟ୍ ଇଜ୍ ଟୁ ସି ହ୍ୱାଟ୍ ଅନ୍ ଗଭର୍ଣ୍ଣମେଣ୍ଟ ମାଇଟ୍ ସେ।”
Jumla bells, jumla bells, jumlas all the way
Oh what fun it is to see what an honest govt might say🎵#HappyChristmas pic.twitter.com/3wL65ekugY— Congress (@INCIndia) December 25, 2019
ଟ୍ବିଟରେ ମୋଦି ଖ୍ରୀଷ୍ଟମାସ ପାଇଁ ନେହରୁ ଅନୁମତି ଦରକାର ଥିବା କହୁଛନ୍ତି। ଶାହଙ୍କ ମୁହଁରେ ମୋଦିଙ୍କ ପ୍ରଶଂସା ରହିଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଣ୍ଟା କ୍ଲଜ୍କୁ ବଜେଟ୍ ପାଇଁ ସହାୟତା ମାଗୁଥିବା ଦର୍ଶାଯାଇଛି। ସେହିଭଳି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏନ୍ଆରସି ପାଇଁ ଅରିଜିନାଲ ଡିଗ୍ରୀ ସାର୍ଟିଫିକେଟ୍ ଚାହୁଁଥିବା କହିଛନ୍ତି।
Comments are closed.