କଲଭଟ ତଳୁ ମୃତଦେହ ଉଦ୍ଧାର
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ରମୁଣି ଛକ କଲଭର୍ଟ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି । ବୁଦ୍ଧିରାମଙ୍କ ମୃତ୍ୟୁର କାରଣ ଅସଷ୍ଟ ରହିଛି । ମୃତକଙ୍କ ନାଁ ବୁଦ୍ଧିରାମ ମହାରଣା । ତାଙ୍କ ଘର ନୟାଗଡ଼ ଜିଲ୍ଲାରେ ବୋଲି ଜଣାପଡ଼ିଛି ।
ବୁଦ୍ଧିରାମ ନୟାଗଡ଼ରୁ ଆସି ସାନଖେମୁଣ୍ଡି ବ୍ଲକର ପଥରପୁଞ୍ଜି ଗାଁରେ ରହୁଥିଲେ। ସେ ପଥରପୁଞ୍ଜି ଗାଁରେ ମନ୍ଦିର କାମ କରୁଥିଲେ। ଆଜି ସକାଳେ ତାଙ୍କ ମୃତଦେହ କଲଭର୍ଟ ତଳେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସ୍କୁ ଖବର ଦେଇଥିଲେ। ପାଟପୁର ପୁଲିସ୍ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Comments are closed.