ବଢ଼ିବାରେ ଲାଗିଛି ଡିଜେଲ୍ ଦର

ଭୁବନେଶ୍ବର: ଦେଶରେ ଏବେ ଆଳୁ, ପିଆଜ ଏବଂ ଖାଇବା ତେଲ ଦାମ୍ ବଢ଼ୁଥିବାବେଳେ ଡିଜେଲ ଦର ବୃଦ୍ଧିର ଏବେ ସବୁ ଜନିଷର ଦରଦାମ ଉପରେ ଆହୁରି ପ୍ରଭାବ ପକାଇବ।ଗତ ୬ ଦିନ ହେଲାଣି ଦେଶରେ ଡିଜେଲ ଦର ଲଗାତାର ବଢ଼ୁଛି। ଗତ ୧୮ ତାରିଖରେ ଭୁବନେଶ୍ବରରେ ଲିଟର ପିଛା ଡିଜେଲ ଦର ୭୦ ଟଙ୍କା ୮୮ ପଇସା ଥିଲା ବେଳେ ୧୯ ତାରିଖ ଠାରୁ ଏହା ଲଗାତାରଭାବେ ବଢ଼ିବାରେ ଲାଗିଛି। ୧୯ ତାରିଖରୁ ୨୪ ତାରିଖ ମଧ୍ୟରେ ଡିଜେଲ ଦର ୧ ଟଙ୍କା ୦୩ ପଇସା ବଢିଲାଣି। ୧୯ ତାରିଖରେ ଡିଜେଲ ଦର ୭୧ ଟଙ୍କା ୦୫ ପଇସାକୁ ବୃଦ୍ଧି ପାଇଥିବାବେଳେ ୨୦ ତାରିଖରେ ୭୧ ଟଙ୍କା ୨୧କୁ, ୨୧ ତାରିଖରେ ୭୧ ଟଙ୍କା ୪୨କୁ, ୨୨ ତାରିଖରେ ୭୧ ଟଙ୍କା ୬୪କୁ, ୨୩ ତାରିଖରେ ୭୧ ଟଙ୍କା ୮୫କୁ ଏବଂ ୨୪ ତାରିଖରେ ୭୧ ଟଙ୍କା ୯୧ ପଇସାକୁ ବୃଦ୍ଧି ପାଇଛି। ଟ୍ରକ୍, ବସ୍ ଏବଂ ଡିଜେଲ ଚାଳିତ ଅନ୍ୟାନ୍ୟ ଗାଡ଼ିର ଭଡ଼ା ମଧ୍ୟ ବଢ଼ିବାର ଆଶଙ୍କା କରାଯାଉଛି।
Comments are closed.