ସିଏଏ ଓ ଏନଆରସି ସମର୍ଥନରେ ଆମେରିକାରେ ଶୋଭାଯାତ୍ରା
ୱାଶିଂଟନ: ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶିତ ହେଉଛି। ଅନ୍ୟପଟେ ସିଏଏ ଓ ଏନଆରସିକୁ ନେଇ ଆମେରିକାରେ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରାଯାଉଛି। ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟମାନେ ଏହି ଆଇନ ସମ୍ପର୍କରେ ଭୁଲ ସୂଚନା, ମିଥ୍ୟା ଏବଂ ଅପପ୍ରଚାର ଦୂର କରିବା ଲାଗି ଆମେରିକାର ବିଭିନ୍ନ ସହରରେ ଶୋଭାଯାତ୍ରା କରୁଛନ୍ତି।
ଶୋଭାଯାତ୍ରାର ଆୟୋଜନକାରୀ କହିଛନ୍ତି ଯେ, ଆଇନ ବିଷୟରେ ଭୁଲ ସୂଚନା ଏବଂ ମିଥ୍ୟା ପ୍ରଚାର ବନ୍ଦ କରିବା ସହିତ ଘୃଣା ସୃଷ୍ଟି କରାଯାଉଥିବାରୁ ଏହାର ବିରୋଧ କରିବା ଶୋଭାଯାତ୍ରାର ମୂଳ ଉଦ୍ଦେଶ୍ୟ। ଏଠାରେ ରହୁଥିବା ପ୍ରବାସୀ ଭାରତୀୟମାନେ ସିଏଟଲ, ୱାଶିଂଟନ, ହଷ୍ଟନ ଏବଂ ଭାରତୀୟ ବାଣିଜ୍ୟ ଦୂତାବାସ ସମ୍ମୁଖରେ ସମର୍ଥନ ରାଲି କରିଛନ୍ତି। ଡବଲିନ, ଓହିୟୋ ଏବଂ ଉତ୍ତର କେରୋଲିନାରେ ବି ରାଲି କରାଯାଇଛି।
ଆଗକୁ ଡଲାସ, ଶିକାଗୋ, ସାନ୍ଫ୍ରାନ୍ସିସ୍କୋ, ନ୍ୟୁୟର୍କ ସିଟି, ୱାଶିଂଟନ ଡିସି, ଅଟଲାଣ୍ଟା, ସାନ ଜୋଶ ଆଦି ସ୍ଥାନରେ ରାଲି କରାଯିବ ବୋଲି କୁହାଯାଇଛି। ଡବଲିନ ଓହିୟୋରେ ରାଲିର ଆୟୋଜକ ବିନୀତ ଗୋୟଲ କହିଛନ୍ତି ଯେ, ଆମେ ସିଏଏ ଏବଂ ଏନଆରସି ବିଷୟରେ ଇସଲାମିକ ଏବଂ ବାମପନ୍ଥୀ ସଂଗଠନଗୁଡ଼ିକରେ ସୃଷ୍ଟି ହେଉଥିବା ଭୟକୁ ଦୂର କରିବା ପାଇଁ ଏହି ରାଲି କରୁଛୁ ବୋଲି ଆୟାଜନକାରୀ କହିଛନ୍ତି।
Comments are closed.