Odisha Link
Bridging the Missing Links in Odisha

ବଡ଼ଦିନ: ସ୍ୟାଣ୍ଡଆର୍ଟରେ ବିଶ୍ବବାସୀଙ୍କୁ ସବୁଜିମାର ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ

ପୁରୀ: ପବିତ୍ର ବଡ଼ ଦିନ ଅବସରରେ ସମଗ୍ର ବିଶ୍ବବାସୀଙ୍କୁ ଶୁଭେଚ୍ଛା ଓ ସବୁଜିମାର ବାର୍ତ୍ତା ଦେବା ପାଇଁ ପୁରୀ ବେଳାଭୂମିରେ ନିଆରା ଢଙ୍ଗରେ ବାଲୁକା କଳା ପ୍ରଦର୍ଶନ ହୋଇଛି। ଏହି ବାଲୁକା କଳାକୁ ପ୍ରଦର୍ଶନ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ମେ ଫେୟାର ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି।

ସୁଦର୍ଶନ ପଟ୍ଟନାୟକ ଏହାକୁ ବିଶ୍ବର ସର୍ବବୃହତ୍ ଥ୍ରୀଡି ସ୍ୟାଣ୍ଡ୍ ଆର୍ଟ ମାନ୍ୟତା ପାଇବ ବୋଲି ମତ ରଖିଛନ୍ତି। ପୂର୍ବରୁ କେବଳ ବାଲି ଗଦା କରାଯାଇ ବାଲୁକା କଳା ପ୍ରସ୍ତୁତ କରାଯାଇଥିଲା। ଏଥର କେବଳ ବାଲି ଉପରେ ଏହାକୁ କରାଯାଇଛି। ଏହାର ମ୍ୟାସେଜ ହେଉଛି ଗୋ ଗ୍ରିନ। ୨୫ ଶହ ବର୍ଗପୁଟରେ ଏହି ସ୍ୟାଣ୍ଡଆର୍ଟ ତିଆରି ହୋଇଛି। ବିଶ୍ୱର ଏହା ସବୁଠାରୁ ବଡ ସ୍ୟାଣ୍ଡ ଆର୍ଟ ବୋଲି ଦାବି କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ଏହାକୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକମାନେ ବାଲି ଉପରେ ନିର୍ମିତ ସାନ୍ତାକ୍ଲଜ ସହିତ ହାତ ମିଳାଇ ପାରିବେ। ସବୁଜ ବାର୍ତ୍ତା ଦେବା ପାଇଁ ସାନ୍ତାକ୍ଲଜ ଏକ ଚାରା ଉପହାର ଦେଉଥିବା ଦୃଶ୍ୟ ମଧ୍ୟ ବାଲୁକା କଳାରେ ରହିଛି।

Comments are closed.