ବିଜେଡି ପ୍ରତିଷ୍ଠା ଦିବସକୁ ନେଇ ଦ୍ବନ୍ଦ୍ବ: ୨୨ ନା ୨୩?

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ଆଜି ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଏହା କେତେ ତମ ସ୍ବନକ୍ଷତ୍ର ଦିବସ ସେ ନେଇ ଦ୍ବନ୍ଦ୍ବ ଉପୁଜିଛି। କିଛି ଗଣମାଧ୍ୟମରେ ଏହା ୨୨ ତମ ଉଲ୍ଲେଖ ଥିବା ବେଳେ ଅନ୍ୟ କେତେକ ୨୩ତମ ବେୋଲି ଉଲ୍ଲେଖ କରିଛନ୍ତି। ଅନୁରୂପ ଭାବେ ଦଳର କିଛି ନେତା ୨୨ ତମ ବୋଲି କହୁଥିବା ବେଳେ ଆଉ କିଛି ନେତାଙ୍କର ସୋସିଆଲ ମିଡିଆରେ ୨୩ତମ ବୋଲି ଉଲ୍ଲେଖ ଅଛି। ଖୋଦ୍ ଦଳର ଅଫିସିଆଲ ଟ୍ବିଟର୍ ହାଣ୍ଡଲରେ ଆଜିକୁ ୨୩ ତମ ପ୍ରତିଷ୍ଠା ଦିବସ ବୋଲି ଉଲ୍ଲେଖ କରାଯାଇଛି।
With principles of Biju Babu as guiding force, strong and able leadership of Party President and CM @Naveen_Odisha, people’s blessing and grass-root workers’ hard work, BJD has emerged as a formidable regional outfit. Heartiest congratulations to one and all on #BJDFoundationDay. pic.twitter.com/BweltAfUN0
— Biju Janata Dal (@bjd_odisha) December 26, 2019
ସୂଚନାଯୋଗ୍ୟ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ପ୍ରତିଷ୍ଠିତ ବିଜେଡି ୧୯୯୮ରେ ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରିଥିଲା। ୨୦୧୭ ଡିସେମ୍ବର ୨୬ ତାରିଖରେ ପୁରୀ ଠାରେ ସ୍ବତନ୍ତ୍ର ଭାବେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଦଳ ୨୦ ତମ ପ୍ରତିଷ୍ଠା ଉତ୍ସବ ପାଳନ କରିଥିଲା। ୨୦୧୮ରେ ୨୧ ତମ ହୋଇଥିବା ବେଳେ ସେହି ହିସାବରେ ଚଳିତ ବର୍ଷ ୨୨ତମ ପ୍ରତିଷ୍ଠା ଉତ୍ସବ ପାଳନ ହେବା କଥା। କିନ୍ତୁ ହଠାତ ଗୋଟିଏ ବର୍ଷ ଆଗେଇ ଯାଇଛି ଦଳ।
ପ୍ରସିଦ୍ଧ ସମ୍ବାଦପତ୍ର ଟାଇମ୍ସ ଅଫ୍ ଇଣ୍ଡିଆ ଆଜି ଦିନକୁ ବିଜେଡିର ୨୨ତମ ପ୍ରତିଷ୍ଠା ଦିବସ ବୋଲି ଉଲ୍ଲେଖ କରିଥିବା ବେଳେ ବିଜିନେସ୍ ଷ୍ଟାଣ୍ଡାର୍ଡ ୨୩ତମ ବୋଲି ଲେଖିଛି।
ଉଲ୍ଲେଖନୀୟ କଥା ହେଉଛି ପ୍ରତିଷ୍ଠା ଦିବସରେ ଦଳ ଟ୍ବିଟରରେ ଏକ ଶୁଭେଚ୍ଛା ବାର୍ତ୍ତା ସହ ରଚନାତ୍ମକ ଭିଡିଓଟିଏ ପୋଷ୍ଟ କରିଛି। ଏଥିରେ ୨୩ତମ ପ୍ରତିଷ୍ଠା ଉତ୍ସବ ବୋଲି ଉଲ୍ଲେଖ ରହିଛି। ଅଥଚ ଗତ ବର୍ଷ ଦଳ ନିଜର ଟ୍ବିଟ୍ରେ ୨୧ତମ ପ୍ରତିଷ୍ଠା ଦିବସ ବୋଲି ଉଲ୍ଲେଖ କରିଥିଲା। ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ଗତ ବର୍ଷ ୨୧ତମ ପ୍ରତିଷ୍ଠା ଦିବସ ବୋଲି ଲେଖିଥିଲେ।
LIVE: Observation of the 21st Foundation Day of Biju Janata Dal at Party Headquarter in Bhubaneswar.https://t.co/UdHOKOWc6j
— Naveen Patnaik (@Naveen_Odisha) December 26, 2018
କନ୍ଧମାଳ ବିଜେଡି ଗତବର୍ଷ ୨୧ତମ ପ୍ରତିଷ୍ଠା ଦିବସ ପାଳନ କରିଥିବା ବେଳେ ଚଳିତ ବର୍ଷ ୨୩ତମ ପ୍ରତିଷ୍ଠା ଉତ୍ସବ ବୋଲି ଟ୍ବିଟ୍ ପେଜ୍ରେ ଜଣାଇଛି। ଦଳର ଅଧିକାଂଶ ନେତା ଯେଉଁମାନେ ଗତବର୍ଷ ୨୧ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲେ, ଏଥର ୨୩ତମ ବୋଲି ନିଜର ସୋସିଆଲ୍ ସାଇଟ୍ରେ ଜଣାଇଛନ୍ତି। ଗୋଟିଏ ବର୍ଷ ହଠାତ କେଉଁଠୁ ଆସି ସାମିଲ ହେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Comments are closed.