ଆମେ କ’ଣ ଚୁଡ଼ି ପିନ୍ଧିଛୁ: ପ୍ରଦୀପ ମାଝୀ
ଭୁବନେଶ୍ୱର: ରାଜ୍ୟରେ ମା ଓ ଭଉଣୀମାନେ ଆଜି ଅସୁରକ୍ଷିତ । ଦିନ ଦ୍ୱିପ୍ରହରରେ ସେମାନେ ଦୁଷ୍କର୍ମର ଶିକାର ହେଉଛନ୍ତି । ଆମ ମା ଓ ଝିଅଙ୍କ ଇଜ୍ଜତ ଶସ୍ତା ନୁହେଁ । ରାଜ୍ୟରେ ଦୁଷ୍କର୍ମ ସଂଖ୍ୟା ବଢୁଥିବାବେଳେ ରାଜ୍ୟ ସରକାର ଚୁପ ବସୁଛନ୍ତି । ଆମେ ଚୁପ ହୋଇ ବସିବୁ ନାହିଁ । ଆମେ ନପୁଂସକ ନୁହଁ । ଆମ ଦେହରେ ରକ୍ତ ଅଛି । ଆଇନକୁ ହାତ ନେବାକୁ ରାଜ୍ୟ ସରକାର ଆମକୁ ବାଧ୍ୟ କରିଛନ୍ତି । ମା, ଭଉଣୀଙ୍କ ଇଜ୍ଜତ ଯାଉଥିବାବେଳେ ଆମେ କ’ଣ ଚୁଡ଼ି ପିନ୍ଧିଛୁ। ଏଭଳି କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ନବରଙ୍ଗପୁର ବନ୍ଦ ବେଳେ ଶ୍ରୀ ମାଝୀ କର୍ମୀଙ୍କୁ ହିଂସା କରିବା ପାଇଁ ଉସକାଇବାର ଏକ ଭିଡିଓ ଭାଇରାଲ ହେବା ପ୍ରସଙ୍ଗରେ ସେ ଏହା କହିଛନ୍ତି ।
ସୂଚନାଯୋଗ୍ୟ ପେଟ୍ରୋଲ, ଡିଜେଲ ରେଡି ରଖ । କହିଲେ ଜାଳିବ । ଏଭଳି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ ନବରଙ୍ଗପୁର ବନ୍ଦ ପ୍ରସଙ୍ଗରେ ଶ୍ରୀ ମାଝୀ ଏଭଳି କହିଛନ୍ତି । ଦଳୀୟ କର୍ମୀଙ୍କୁ ଶ୍ରୀ ମାଝୀ ଫୋନରେ ଏଭଳି କହୁଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଫୋନରେ ଶ୍ରୀ ମାଝୀ କର୍ମୀଙ୍କୁ ପେଟ୍ରୋଲ ଓ ଡିଜେଲ ରେଡି ରଖିବାକୁ କହୁଛନ୍ତି । ଖାଲି ସେତିକି ନୁହଁ ପେଟ୍ରୋଲ ଓ ଡିଜେଲ ରେଡି ରଖ, ଡାଇରେକ୍ସନ ଗଲେ ଜାଳିବ ବୋଲି କହୁଛନ୍ତି । ଯେତେବେଳେ ଡାଇରେକ୍ସନ ଯିବ, ସବୁ ନିଆଁ ମାରିଦେବ । ତା’ପରେ ଯାହା ହେବ ଦେଖାଯିବ ବୋଲି ପ୍ରଦୀପ ମାଝୀ ଫୋନରେ କର୍ମୀଙ୍କୁ କହୁଥିବାର ଏକ ଭିଡିଓ ଭାଇରାଲ ହୋଇଛି ।
Comments are closed.