ଡିଜେଲ ପେଟ୍ରୋଲ ରେଡି ରଖିଥାଓ ନିର୍ଦ୍ଦେଶ ଗଲେ ଜାଳିବ : ପ୍ରଦୀପ ମାଝୀ
![](https://www.odishalink.com/wp-content/uploads/2019/12/Pradeep-Majhi.jpg)
ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଖୋଲାଖୋଲି ତାଙ୍କ ସମର୍ଥକ ମାନଙ୍କୁ ଉସୁକାଉଥିବା ଭିଡିଓ ଭାଇରାଲ ହୋଇଛି। ଫୋନରେ କଂଗ୍ରେସ କର୍ମୀଙ୍କୁ ଡିଜେଲ୍ ପେଟ୍ରୋଲ ପ୍ରସ୍ତୁତ କରି ରଖିବାକୁ ଏବଂ ହିଂସାକାଣ୍ଡ କରିବାକୁ ଖୋଲାଖୋଲି କହୁଛନ୍ତି ପ୍ରଦୀପ । “ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇ ଦବ। ପରେ ଯାହାହେବ ଦେଖାଯିବ।” ଏପରି କିଛି ଢଙ୍ଗରେ କର୍ମୀଙ୍କୁ ମୋବାଇଲ୍ରେ ନିର୍ଦ୍ଦେଶ ଦେଇଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ।
ଆଜି କଂଗ୍ରେସ ପକ୍ଷରୁ ନବରଙ୍ଗପୁରରେ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। କୋଷାଗୁମୁଡ଼ା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଦୋଷୀଙ୍କୁ ଗିରଫ ଦାବି ଏବଂ ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି।
Comments are closed.