କଂଗ୍ରେସ ପାଳନ କଲା ୧୩୫ତମ ପ୍ରତିଷ୍ଠା ଦିବସ, ଟାର୍ଗେଟରେ ମୋଦି ସରକାର
ନୂଆଦିଲ୍ଲୀ: ଆଜି କଂଗ୍ରେସ ପାଳନ କରିଛି ଦଳର ୧୩୫ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ପ୍ରତିଷ୍ଠା ଦିବସରେ ଦଳ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ସମସ୍ତ ରାଜ୍ୟର ରାଜଧାନୀରେ ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ ଶୋଭାଯାତ୍ରା ଆୟୋଜନ କରିବ। କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦିଲ୍ଲୀରେ, ରାହୁଲ ଗାନ୍ଧୀ ଆସାମରେ ଏବଂ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ।
Congress President Smt Sonia Gandhi unfurls the National Flag at the AICC HQ on #CongressFoundationDay pic.twitter.com/uchP8rCmEj
— Congress (@INCIndia) December 28, 2019
ଦିଲ୍ଲୀରେ ଭାରତ ବଞ୍ଚାଅ କାର୍ଯ୍ୟକ୍ରମରେ ଦଳକୁ ସଫଳତା ମିଳିଥିବାରୁ ସବୁ ରାଜ୍ୟରେ ଏହାର ଆୟୋଜନ ପାଇଁ ଦଳ ନିଷ୍ପତ୍ତି ନେଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏ ସରକାରର ଜନବିରୋଧୀ ନୀତିଗୁଡ଼ିକୁ ଏହି କାର୍ଯ୍ୟକ୍ରମରେ ବିରୋଧ କରାଯିବ। ରାହୁଲ ଟ୍ବିଟ୍ କରି ଲେଖିଛନ୍ତି ଯେ, ଆଜି କଂଗ୍ରେସର ୧୩୫ତମ ପ୍ରତିଷ୍ଠା ଦିବସ। ମୁଁ ଏଆଇସିସି କାର୍ଯ୍ୟାଳୟରେ ଧ୍ଵଜାରୋହଣ ସମାରୋହରେ ଅଂଶଗ୍ରହଣ କରିବି। ଏହା ପରେ ଆସାମର ଗୁଆହାଟୀରେ ଏକ ରାଲିରେ ସମ୍ବୋଧିତ କରିବେ। ପ୍ରତିଷ୍ଠା ଦିବସରେ ଆମେ ଲକ୍ଷ ଲକ୍ଷ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ନିସ୍ବାର୍ଥପର ଯୋଗଦାନକୁ ସ୍ବୀକାର କରୁଛୁ।
Today is the 135th #CongressFoundationDay.
I will attend the flag hoisting ceremony at the AICC this morning & later a public rally in Guwahati, Assam.On our foundation day, let us acknowledge the selfless contribution of millions of Congress men & women through the ages. pic.twitter.com/EmtvImZrJr
— Rahul Gandhi (@RahulGandhi) December 28, 2019
Comments are closed.