ବିଜେପିର ଦୁର୍ଯ୍ୟୋଧନ-ଦୁଃଶାସନ ସବୁଠୁ ମାରାତ୍ମକ ଟୁକଡେ ଟୁକଡେ ଗ୍ୟାଙ୍ଗ: ଯଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ଓ ଏନଆରସିକୁ ନେଇ ସାରା ଦେଶରେ ସରକାରଙ୍କ ବିପକ୍ଷରେ ରାଲି କରୁଛନ୍ତି ବିରୋଧୀ। ଏହି ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ବନ୍ତ ସିହ୍ନା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ଶାହାଙ୍କ ‘ଟୁକଡେ ଟୁକଡେ’ ଗ୍ୟାଙ୍ଗକୁ ନେଇ ଟାର୍ଗେଟ କରିଛନ୍ତି ପୂର୍ବତନ ବିଜେପି ନେତା।
ସିହ୍ନା ଟୁଇଟ କରି ଲେଖିଛନ୍ତି, “ଭାରତର ସବୁଠୁ ବିପଦଜନକ ଟୁକଡେ ଟୁକଡେ ଗ୍ୟାଙ୍ଗରେ କେବଳ ଦୁଇ ଜଣ ରହିଛନ୍ତି। ଦୁର୍ଯ୍ୟୋଧନ ଓ ଦୁଃଶାସନ। ଆଉ ସେମାନେ ବିଜେପିରେ ଅଛନ୍ତି, ତାଙ୍କ ପ୍ରତି ସତର୍କ ରହୁନ୍ତୁ।” ଏଠାରେ ସୂଚନା ଯୋଗ୍ୟ ସିଏଏ ବିରୋଧୀ ହିଂସା ପାଇଁ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଥିଲେ ଅମିତ ଶାହ।
The most dangerous tukde tukde gang in India consists of only two people, Duryodhan and Dusshashan. They are both in BJP. Beware of them.
— Yashwant Sinha (@YashwantSinha) December 27, 2019
ଗୁରୁବାର ଦିଲ୍ଲୀର ଏକ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ “ଦିଲ୍ଲୀର ଟୁକଡେ ଟୁକଡେ ଗ୍ୟାଙ୍ଗକୁ ଉଚିତ ଶିକ୍ଷା ଦେବା ଆବଶ୍ୟକ। କଂଗ୍ରେସ ନେତୃତ୍ୱରେ ଟୁକଡେ ଟୁକଡେ ଗ୍ୟାଙ୍ଗ ଦିଲ୍ଲୀରେ ଅରାଜକତା ପାଇଁ ଦାୟୀ। ତାଙ୍କୁ ଦଣ୍ଡ ଦେବାର ସମୟ ଆସିଛି”। ଦିଲ୍ଲୀର ଜନତା ଟୁକଡେ ଟୁକେଡ ଗ୍ୟାଙ୍ଗକୁ ଦଣ୍ଡ ଦେବା ଉଚିତ ବୋଲି ସମାରୋହରେ କହିଥିଲେ ଅମିତ ଶାହା। ତେବେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି ବୟାନକୁ ନେଇ ବରିଷ୍ଠ ନେତା ଯଶୱନ୍ତ ସିହ୍ନା ଟୁଇଟ କରି ବିଜେପିର ଦୁଇ ଶ୍ରେଷ୍ଠ ନେତାଙ୍କୁ ଟାର୍ଗେଟ କରିଛନ୍ତି।
Comments are closed.