ନିବେଦନ ଗୃହ କମିଟିଙ୍କର ଦଶମ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର: ନିବେଦନ ଗୃହ କମିଟିଙ୍କର ଦଶମ ବୈଠକ ଆଜି ବିଧାନସଭା କମିଟି ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ପ୍ରମୋଦ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଟିର ସଭ୍ୟସଭ୍ୟାଙ୍କ ସହିତ ପ୍ରାରମ୍ଭିକ ଆଲୋଚନା ହୋଇଥିଲା । ପରେ ପରେ ପଞ୍ଚଦଶ ଓ ଷୋଡ଼ଶ ବିଧାନସଭାରେ କରାଯାଇଥିବା ବିଚାରାଧୀନ ନିବେଦନଗୁଡ଼ିକ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ପଦାଧିକାରୀମାନଙ୍କ ସହିତ ଆଲୋଚନା କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କିମ୍ବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଆଡଠାରୁ କାଙ୍କଡଫେରା, ନେତୁଆଠାରୁ ଆଦିର୍ଗା ଓ ଗୋକୁଣ୍ଡି ହାଟ ପଡ଼ିଆଠାରୁ ଲୁହା ପଡ଼ା ପର୍ଯ୍ୟନ୍ତ ପୂର୍ତ୍ତ ରାସ୍ତା ନିର୍ମାଣର ଆବଶ୍ୟକତା ସଂ ପର୍କରେ ଆଲୋଚନା ହୋଇଥିଲା ।
ଏହା ଛଡ଼ା ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲେଫ୍ରି ପଡ଼ା ବ୍ଲକ୍ର ମେଗବିରା ଓ ଫୁଟକଣା ମଧ୍ୟରେ ଥିବା ନାଳ ଉପରେ ପୋଲ ନିର୍ମାଣ, ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଖିମରାଠାରେ ଅଙ୍ଗ ନଦୀ ଉପରେ ପୋଲ କିମ୍ବା ବିଜୁ ସେତୁ ନିର୍ମାଣ ଓ ଘୁ. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ଏନ୍ବିସିସି, ନୂଆଦିଲ୍ଲୀ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣର ଆବଶ୍ୟକତା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ବୈଠକରେ ସଂ ପୃକ୍ତ କମିଟିର ସଦସ୍ୟସଦସ୍ୟାଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ ।
Comments are closed.