Odisha Link
Bridging the Missing Links in Odisha

କଠିନ ପରିଶ୍ରମ କରୁଛନ୍ତି ଜାହ୍ନବୀ

ମୁମ୍ୱାଇ : ବଲିଉଡ଼ କିଡ଼ଷ୍ଟାର ଜାହ୍ନବୀ କପୁର ଧଡକ ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ କିଣିନେଇଛନ୍ତି । ସେ ଧଡ଼କ ସିନେମାରେ ଅଭିନୟ କରି ନିଜକୁ ଭଲ ଅଭିନେତ୍ରୀର ସାବ୍ୟସ୍ଥ କରାସାରିଛନ୍ତି । ଜାହ୍ନବୀ  କରଣ ଜୋହର୍‌ ଙ୍କ ସିନେମା ‘ତଖ୍‌ତ’ ନଜର ଆସୁଛନ୍ତି । ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ଏହି ଆକ୍ସନ-ଡ୍ରାମା ସିନେମାରେ ଦେଖିବାକୁ ଉତ୍ସାହିତ ଅଛନ୍ତି । ସେ ଏହି ସିନେମା ପାଇଁ ଉର୍ଦ୍ଦୁ ଭାଷା ସହିତ କଥକ ନୃତ୍ୟ ଶିଖୁଛନ୍ତି।

ଜାହ୍ନବୀ କହିଛନ୍ତି, “ଯେବେଠାରୁ ମୁଁ ଏହି ସିନେମା ସାଇନ୍‌ କରିଛି, ସେବେଠୁ ଉର୍ଦ୍ଦୁ ଭାଷା ଓ କଥକ ନାଚ ଶିଖୁଛି । ମୁଁ ସର୍ବଦା ପୁରୁଣା କାହାଣୀଗୁଡ଼ିକୁ ପସନ୍ଦ କରିଥାଏ। ଆଧୁନିକ ଚରିତ୍ର ଅପେକ୍ଷା ପିରିଓଡିକ୍‌ ଡ୍ରାମାର ଚରିତ୍ରକୁ ଭଲ ଭାବରେ ବୁଝି ପାରିଥାଏ।”

ସେ ଆହୁରି କହିଛନ୍ତି, “ଏ ସିନେମାକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି। ଏଥିରେ ମିଳିଥିବା ଚରିତ୍ରକୁ ମୁଁ ଭଲ ଭାବେ କରିପାରିବି ବୋଲି ଆଶା ଅଛି। କାରଣ ମୋତେ ଏପରି ସିନେମା ପସନ୍ଦ। ‘ମୋଗଲ୍-ଏ-ଆଜମ୍‌’, ‘ପାକୀଜା’ ଓ ‘ଉମରାଓ ଜାନ୍’ ପରି ସିନେମା ଦେଖିବା ପରେ ମୁଁ ସେଗୁଡ଼ିକୁ ଅନୁଭବ ମଧ୍ୟ କରିପାରେ।”  ଜାହ୍ନବୀଙ୍କ ବ୍ୟତୀତ ଭିକ୍କି କୌଶଲ୍‌, ରଣବୀର୍‌ ସିଂହ, ଭୂମି ପେଡନାକର୍‌, ଆଲିଆ ଭଟ୍ଟ, କରୀନା କପୁର୍‌ ଓ ଅନୀଲ କପୁର ଭଳି ଷ୍ଟାର କାମ କରିବେ। ସିନେମାଟି ଔରଙ୍ଗଜେବ ଓ ଦାରା ଶିକୋହଙ୍କ ଉପରେ ଆଧାରିତ ହୋଇଛି ।

ସୂଚନାଯୋଗ୍ୟ, ମାର୍ଚ୍ଚ ମାସରେ ଜାହ୍ନବୀ ସିନେମା ‘ଦ କାର୍ଗିଲ୍‌ ଗର୍ଲ୍‌’ ପରଦାକୁ ଆସିବ। ସିନେମାଟି ଭାରତୀୟ ବାୟୁ ସେନାର ମହିଳା ପାଇଲଟ୍‌ ଗୁଞ୍ଜନ ସକ୍ସେନାଙ୍କ ଜୀବନ ଉପରେ ଆଧାରିତ ହୋଇଛି।

Comments are closed.