Odisha Link
Bridging the Missing Links in Odisha

ଧମକପୂର୍ଣ୍ଣ ଚିଠି ସହ ରେଳ ଧାରଣା କାଟିଲା ଯୁବକ!

ମଉ: ରେଳ ଧାରଣା କାଟିବା ସହ ଧମକପୂର୍ଣ୍ଣ ଚିଠି ଲେଖିଥିବା ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମଉ ଜିଲାରେ। ପ୍ରେମ ବିବାହ କରିବା ପରେ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ ନେଇ ଅତିଷ୍ଠ ହେବା ପରେ ଏଭଳି ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇଛନ୍ତି। ବ୍ୟକ୍ତି ଜଣକ ରେଳ ଧାରଣାକୁ କାଟି ଦେବା ସହ ସେଠାରେ ଏକ ଚିଠି ଛାଡ଼ି ଯାଇଛନ୍ତି। ଚିଠିରେ ଲେଖାଅଛି, ‘‘ମୋ ପତ୍ନୀକୁ ଫେରାଇ ନେଇ ଯାଆନ୍ତୁ ଓ ୫୦ କୋଟି ଟଙ୍କା ଦିଅନ୍ତୁ। ନଚେତ୍ ଏହାଠାରୁ ଆହୁରି ବଡ଼ ଓ ଭୟଙ୍କର ଅଘଟଣ ଘଟିବ’’।

ସୂଚନା ଅନୁସାରେ, ମଉ ଜିଲାର ହଳଧରପୁର ଥାନା ଅନ୍ତର୍ଗତ ରତନପୁରା ରେଳ ଷ୍ଟେଶନ୍ ନିକଟରେ କେହି ବ୍ୟକ୍ତି ରେଳ ଧାରଣାକୁ କାଟି ୨ ଇଞ୍ଚ କାଟିବା ସହ ସେଠାରେ ଏକ ଚିଠି ମଧ୍ୟ ଛାଡ଼ିଛି। ଯେଉଁଥିରେ ଲେଖା ହୋଇଛି, କେହି ତା’ ପତ୍ନୀକୁ ନେଇ ଯାଆନ୍ତୁ ଓ ୫୦ କୋଟି ଟଙ୍କା ଦିଅନ୍ତୁ। ଯଦି ଏହି ଦାବି ୨ ଦିନ ମଧ୍ୟରେ ପୂରଣ କରା ନ ଯାଏ ତେବେ ସେ ଏହାଠାରୁ ବଡ଼ ଓ ଭୟଙ୍କର ଅଘଟଣ ଘଟାଇବ। ଅନ୍ୟ ଜଣେ ବ୍ୟକ୍ତି ଏହି ଚିଠିକୁ ଦେଖିବା ପରେ ତୁରନ୍ତ ରତନାପୁର ଷ୍ଟେଶନ ମାଷ୍ଟରଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ। ସେହି ସମୟରେ ରେଳ ଧାରଣା ଦେଇ ଏକ ପାସେଞ୍ଜର ଟ୍ରେନ ଅତିକ୍ରମ କରିବାର ଥିଲା। ମାତ୍ର ଷ୍ଟେଶନ ମାଷ୍ଟର ଖବର ପାଇବା ପରେ ଘଟଣାସ୍ଥଳରୁ କିଛି ମିଟର ପୂର୍ବରୁ ଟ୍ରେନକୁ ଅଟକାଇ ଦିଆଯାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

Comments are closed.