ମାଓବାଦୀଙ୍କ ବର୍ବର କାଣ୍ଡ

ବାଲିଗୁଡା: କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଥାନା ଲେତିଙ୍ଗିଆ ବୁର୍ଡାମାହାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ମାଓବାଦୀ । ମୃତକ ବାଲିଗୁଡା ଥାନା ମାର୍ଦୁଡି ଗାଁର ରଂଜନ ଦିଗାଳ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ଗତ ଦୁଇଦିନ ହେବ ରଂଜନ ଶଶ୍ବର ଘରକୁ ଆସିଥିଲେ ।ଗୁରୁରାତି ପ୍ରାୟ ୮ଟା ବେଳେ ୧୦ରୁ ୧୨ଟା ସଶସ୍ତ୍ର ମାଓବାଦୀ ରଂଜନ ଘରୁ ଡାକି ନେଇ ହତ୍ୟା କରିଥିଲେ । ରଂଜନଙ୍କୁ ଘରୁ ଷୋଷାଡି ଘୋଷାଡି ନେଇ ସ୍କୁଲ ନିକଟରେ ପକାଇବା ସହ ଘଟଣସ୍ଥଳରେ ପୋଷ୍ଟର ମରାଯାଇଛି। ପୋଷ୍ଟରରେ ମାଓ ସଂଗଠନ କେ.କେ.ବି.ଏନ୍ ଲେଖାଥିବା ଜଣାପଡିଛି । ମେଲସିକିଆରେ ମହିଳା ମାଓବାଦୀଙ୍କ ଏନକାଉଣ୍ଟରରେ ପୋଲିସ୍ଙ୍କୁ ରଂଜନ ସୂଚନା ଦେଇଥିବା କଥା ମଧ୍ୟ ଉଲ୍ଲେଖ ରହିଛି।ସ୍ତ୍ରୀ ଓ ପିଲା ମାଆଙ୍କ ସମ୍ମୁଖରେ ଅତି ବିଭତ୍ସ ଭାବରେ ହତ୍ୟାକରିଥିଲେ । ଏପରିକି ସ୍ତ୍ରୀ ଓ ପିଲାଙ୍କୁ ମଧ୍ୟ ମାଡମାରି ଟଙ୍କା ମାରିବା ସହ ଟଙ୍କା ଛଡାଇନେଇଥିବା ଅଭିଯୋଗ ହୋଇଛି ।ଘଟଣା ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି। କିନ୍ତୁ ଏପର୍ଯନ୍ତ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ନାହିଁ।
Comments are closed.