ବଳଙ୍ଗା ଥାନା ଏଏସ୍ଆଇ ଅଟକ

ନିମାପଡ଼ା: ପୁରୀ ଜିଲ୍ଲାରେ ପୁଣି ବଦନାମ୍ ମୁଣ୍ଡାଇଛି ପୋଲିସ। ପୋଲିସ ଏଏସଆଇ ମହିଳାଙ୍କୁ ପୋଲିସ କ୍ଵାର୍ଟରକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବଳଙ୍ଗା ଥାନା ଏଏସଆଇ ଚିତ୍ତରଂଜନ ଦାସଙ୍କ ବିରୋଧରେ ଆସିଛି ଏମିତି ସାଂଘାତିକ ଅଭିଯୋଗ। ଅଭିଯୋଗ ପରେ ପୋଲି ଏଏସଆଇ ଚିତ୍ତରଂଜନ ଦାସଙ୍କୁ ଅଟକ ରଖିଛି।
ମିଳିଥିବା ସୂଚନା ଅନୁସାରେ ପାରିବାରିକ ବିବାଦ ସମାଧାନ ଆଶା ଦେଖାଇ ନିଜ କ୍ଵାର୍ଟରକୁ ଡାକି ମହିଳାଙ୍କୁ ବଳଙ୍ଗା ଥାନା ଏଏସଆଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା କିଛି ଦିନ ହେବ ପୀଡିତା ମହିଳାଙ୍କର ପାରିବାରିକ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ବଳଙ୍ଗା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା।
ତେବେ ମାମଲାର ସମାଧାନ କରିଦେବା ପାଇଁ ନିଜ କ୍ବାର୍ଟରକୁ ପୀଡିତା ମହିଳାଙ୍କୁ ଡାକିଥିଲେ ଥାନା ଏଏସଆଇ । ତେବେ ସେଠାରେ ସେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ପୀଡିତା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ପିପିଲି ଏସଡିପିଓଙ୍କ ନିକଟରେ ମହିଳା ଜଣଙ୍କ ଏନେଇ ଅଭିଯୋଗ କରିଛନ୍ତି । ଜାତୀୟ ଦଳିତ ଆଦିବାସୀ ମହାସଂଘ ସଦସ୍ୟଙ୍କ ସହ ଆସି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ପୂର୍ବରୁ ଗତ ଡିସେମ୍ବର ମାସ ୨ ତାରିଖରେ ଝାଡେଶ୍ବରୀ ମନ୍ଦିର ନିକଟ ପୋଲିସ କ୍ବାର୍ଟରରେ ଜଣେ ନାବାଳିକା ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା ।
Comments are closed.