ଡାକ୍ତରଙ୍କୁ ଗୁଳିମାଡ଼ ଘଟଣା: ସନ୍ଧିଗ୍ଧ ଅଭିଯୁକ୍ତର ସ୍କେଚ ଫଟୋ ଜାରି
![](https://www.odishalink.com/wp-content/uploads/2019/08/Miscreants-Firing.jpg)
ଖୋର୍ଦ୍ଧା: ଶିଶୁରୋଗ ବିଶେଷଜ୍ଞ ଡା. ମାନସ ଦାସଙ୍କୁ ଗୁଳିମାଡ ଘଟଣାରେ ସନ୍ଦିଗ୍ଧ ଅଭିଯୁକ୍ତର ସ୍କେଚ୍ ଫଟୋ ଜାରି କରାଯାଇଛି। ସନ୍ଦିଗ୍ଧ ଅଭିଯୁକ୍ତର ସୂଚନା ଦେବା ଲୋକର ନାମ ଗୋପନ ରଖାଯିବା ସହ ପୁରସ୍କୃତ କରାଯିବ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ୪ଟି ଟିମ ଗଠନ କରାଯାଇଛି। ସେଥିମଧ୍ୟରୁ ଗୋଟିଏ ଟିମ୍ ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ତଦନ୍ତ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଏକ ଟିମ୍ ବ୍ରହ୍ମପୁରରେ ପହଞ୍ଚି ସୁପାରି କିଲରଙ୍କ ସମ୍ପର୍କରେ ଛାନଭିନ୍ ଚଳାଇଛି। ସେହିପରି ଅନ୍ୟ ଦୁଇଟି ଟିମ୍ ମଧ୍ୟରୁ ଗୋଟିଏ ଟିମ୍ ପେଷାଦାର ଅପରାଧୀଙ୍କ ରେକର୍ଡ଼ ଯାଞ୍ଚ କରିବା ପାଇଁ ନୟାଗଡ଼ରେ ପହଞ୍ଚିଥିବା ବେଳେ ଅନ୍ୟଟି ଡାକ୍ତରଙ୍କ ପରିବାର ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରୁଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗତ ଡିସେମ୍ବର ମାସ ୧୫ ତାରିଖ ରବିବାର ସନ୍ଧ୍ୟାରେ ଖୋର୍ଦ୍ଧାର ଏକ କ୍ଲିନିକ୍ରେ ଶିଶୁରୋଗ ବିଶେଷଜ୍ଞ ଡା. ମାନସ ଦାସ ରୋଗୀ ଦେଖୁଥିବା ବେଳେ ମୁହଁରେ ମୁଖାବାନ୍ଧି ୨ ଦୁର୍ବୃତ୍ତ ଆସି ଗୁଳିମାଡ କରି ବାଇକରେ ଫେରାର ହୋଇଯାଇଥିଲେ। ଗୁଳିମାଡରେ ଡାକ୍ତରଙ୍କ ସମେତ ଔଷଧ ଦୋକାନୀ ଗୁରୁତର ଭାବରେ ଆହତ ହୋଇଥିଲେ। ଉଭୟଙ୍କୁ ଭୁବନେଶ୍ବର ସ୍ଥାନାସ୍ତର କରାଯାଇଥିଲା। ପରେ ଚିକତ୍ସାଧୀନ ଅବସ୍ଥାରେ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଥିଲା।
Comments are closed.