ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଇନଫୋସିଟି ଅଞ୍ଚଳରୁ ଏକ ଭଡା ଘରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀ ଜଣଙ୍କ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ଛାତ୍ରୀ ଜଣଙ୍କ ଫୋନ ନ ଉଠାଇବାରୁ ପୁରୁଷ ବନ୍ଧୁ ଘର ସାମ୍ନାରେ ହଙ୍ଗାମା କରିଥିଲେ। ହଙ୍ଗାମା ପରେ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ସନ୍ଦେହ କରାଯାଉଛି। ଘର ଆଗରେ ହଙ୍ଗାମା କରୁଥିବା ପୁରଷ ବନ୍ଧୁ ଅଟକ ରାଖାଯାଇଥିବା ଜଣା ପଡ଼ିଛି।
Comments are closed.