ସିଏଏକୁ ଇଟାଲିରେ ଅନୁବାଦ କରି ରହୁଲଙ୍କୁ ଫଠାଇବି : ଶାହା
ଯୋଧପୁର : ନାଗରିକତା (ସଂଶୋଧନ) ଆଇନ ପ୍ରସଙ୍ଗରେ କଠୋର ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଯୋଧପୁରରେ ଅନୁଷ୍ଠିତ ଏକ ଜନସଭାରେ ଯୋଗ ଦେଇ ସେ କହିଛନ୍ତି ଯେ ବିରୋଧୀ ଦଳମାନେ ଏକାଠି ହୋଇ ଯେତେ ବିରୋଧ କଲେ ମଧ୍ୟ ବିଜେପି ନାଗରିକତା (ସଂଶୋଧନ) ଆଇନକୁ ନେଇ ପଛକୁ ହଟିବ ନାହିଁ । ବିରୋଧୀ ଦଳମାନେ ଯେତେ ଭୁଲ ପ୍ରଚାର କରିବା କଥା କରନ୍ତୁ। ଏଥିସହ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚ୍ୟାଲେଞ୍ଜ କରି ସେ କହିଛନ୍ତି ଯେ, ଯଦି ରାହୁଲଗାନ୍ଧୀ ଏହି ଆଇନକୁ ପଢିଛନ୍ତି ତେବେ ଆସନ୍ତୁ ଏ ସଂପର୍କରେ ବିତର୍କ କରିବା। ଯଦି ପଢିନାହାନ୍ତି ତେବେ ଇଟାଲିରେ ଅନୁବାଦ କରି ସେ ପଠାଇବି। କଂଗ୍ରେସ ଭୋଟବ୍ୟାଙ୍କ ରାଜନୀତି ପାଇଁ ବୀର ସଭରକରଙ୍କ ପରି ବ୍ୟକ୍ତିତ୍ୱକୁ ନିନ୍ଦା କରୁଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ। ତେବେ ମୁସଲମାନ ମାନଙ୍କୁ ଏହି ବିଲ୍ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ। କିନ୍ତୁ ଏହା ସମ୍ବିଧାନର ବିରୋଧୀ କହି ଆନ୍ଦୋଳନ କରୁଛନ୍ତି ବିରୋଧୀଦଳ ଓ କେତେକ ସାମାଜିକ ସଂଗଠନ।
Comments are closed.