Odisha Link
Bridging the Missing Links in Odisha

ଛାତ୍ରୀଙ୍କ ବେକ କାଟି ଟ୍ୟୁସନ୍ ସାର୍ ଫେରାର

ବାଲେଶ୍ବର: ଛାତ୍ରୀ ବେକ କାଟିଦେଲେ ଟ୍ୟୁସନ୍ ସାର୍। ଗୁରୁତର ଅବସ୍ଥାରେ ବାଲେଶ୍ବର ମେଡିକାଲରେ ଛାତ୍ରୀ ଜଣଙ୍କ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ବାଇକ୍ ଛାଡି ଟ୍ୟୁସନ୍ ସାର୍ ଜଣଙ୍କ ଫେରାର ହୋଇଯାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ଦେହୁଡିଦା ଗାଁରେ ।
ମିଳିଥିବା ସୂଚନା ଅନୁସାରେ ଭୋଗରାଇ ଦେହୁଡିଦା ଗାଁରେ ଜଣେ ଯୁବକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିବା ବେଳେ ଟ୍ୟୁସନ୍ ବି କରନ୍ତି। ଗତକାଲି ରାତିରେ ସ୍ଥାନୀୟ କଲେଜରେ ଯୁକ୍ତ ୨ରେ ପଢୁଥିବା ଛାତ୍ରୀଙ୍କୁ ତାଙ୍କ ଘରେ ଟ୍ୟୁସନ୍ ପଢାଉଥିବା ବେଳେ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ଛାତ୍ରୀଙ୍କ ବେକ ଓ ଡାହାଣ ହାତରେ ଗଭୀର ଆଘାତ ଲାଗିଛି ।
ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଳେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଅଭିଯୁକ୍ତ ଜଣଙ୍କ ବାଇକ୍ ଛାଡି ଫେରାର ହୋଇଯାଇଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.