Odisha Link
Bridging the Missing Links in Odisha

ବର୍ଷା ପାଇଁ ୧୧ ଜିଲ୍ଲାକୁ ସତର୍କ ସୂଚନ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ହୋଇଛି। ଶୀତୁଆ ପାଗକୁ ପୁଣି ବର୍ଷା ହେବା ଫଳରେ ଜନଜୀବନ ଆହୁରି ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତକାଲି ବର୍ଷା ସାଙ୍ଗକୁ ଘଡ଼ଘଡ଼ି ମାରିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରଯାଇଥିଲା।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଝଡ଼ତୋଫାନ ଓ ବଜ୍ରପାତକୁ ନେଇ କିଛି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଜିଲ୍ଲା ଗୁଡ଼ିକ ହେଲା- ଭଦ୍ରକ, ବାଲେଶ୍ୱର, ଅନୁଗୁଳ, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି ଓ ଗଜପତି। ଆଜି ସକାଳ ୮ଟା ୩୦ ସୁଦ୍ଧା ସୋନପୁରରେ ସର୍ବାଧିକ ୩୧.୨ ମି.ମି. ବର୍ଷା ରେକର୍ଡ କରାଯାଇଛି। ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏମିତି ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏହାର ଦୁଇ ଦିନ ପରେ ତାପମାତ୍ରାରେ ପରିର୍ତ୍ତନ ହେବାସହ ସର୍ବନିମ୍ନ ତାପମାତ୍ରା ଆହୁରି ଖସିବାର ସମ୍ଭାବନା ରହିଛି।

Comments are closed.